ସ୍କୁଲ ଶୌଚାଳୟରେ ଫସିରହିଲେ ଛାତ୍ର ଵାହାରେ ତାଲା ପକାଇ ପଳେଇଲେ ଶିକ୍ଷୟତ୍ରି, ଉଦ୍ଧାର କଲେ ଗ୍ରାମବାସୀ…

ହିଞ୍ଜିଳିକାଟୁ ୨୫।୧ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ପଳାସୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଜଣେ ଛାତ୍ର ପାଇଖାନା ଭିତରେ ରହିଯାଇଥିବା ବେଳେ ସ୍କୁଲ ତାଲା ପକାଇଲେ ଶିକ୍ଷୟତ୍ରୀ ଚାଲିଯାଇଥିବା ଅଭିଯୋଗ ହୋଇଛି । ସଂଧ୍ୟା ପ୍ରାୟ ୫ଟାରେ ସ୍କୁଲ ରାସ୍ତା ଦେଇ ଯାଉଥିବା କିଛି ବ୍ୟକ୍ତି ଛାତ୍ର ଜଣଙ୍କୁ ବାହାରୁ ବନ୍ଦ ଥିବା ପାଇଖାନା ରୁ ଉଦ୍ଧାର କରିଥିଲେ।
ଖବରରୁ ପ୍ରକାଶ ଯେ, ପଳାସୀ ପ୍ରାଥମିକ ବିଦ୍ୟାଳୟର ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଓମ ସେଠୀ ମଧ୍ୟାହ୍ନରେ ବିଦ୍ୟାଳୟ ଶୌଚାଳୟ ରେ ଶୌଚ ହେବାକୁ ଯାଇଥିଲେ। ଓମଙ୍କ ଜଣେ ସହପାଠୀ ବାହାରୁ କବାଟ କିଳି ଚାଲିଯାଇଥିଲେ । ସ୍କୁଲ ଛୁଟି ପରେ ଓମ୍ ଙ୍କ ବହି ବସ୍ତାନି ଶ୍ରେଣୀରେ ଥିବା ସତ୍ବେ ଏଥି ପ୍ରତି ଗୁରୁତ୍ବ ନ ଦେଇ ଶିକ୍ଷୟିତ୍ରୀ ଓ କର୍ମଚାରୀ ସ୍କୁଲ କବାଟ ବନ୍ଦ କରି ଚାଲିଯାଇଥିଲେ। ସ୍କୁଲ ଛୁଟି ପରେ ଓମ ସ୍କୁଲରୁ ଘରକୁ ଆସିନଥିବା ରୁ ପରିବାର ଲୋକ ଏଣେତେଣେ ଖୋଜିଥିଲେ। ପରେ ସଂଧ୍ୟାରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଓମ୍ର ପାଟି ଶୁଣି ବିଦ୍ୟାଳୟ ଶୌଚାଳୟରୁ ଉଦ୍ଧାର କରିଥିଲେ। ଏହି ଖଵର ପ୍ରଚାର ହେବା ପରେ ଗ୍ରାମବାସୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

। ସେପଟେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ଯେ ତାଲା ପକାଇବା ପରିସର ମଧ୍ୟରେ କେହି ନଥିଲେ । ଛାତ୍ର ଜଣଙ୍କ କିଭଳି ଆସିଲେ ଆମେ ଜାଣି ନାହୁଁ । ତେବେ ସ୍କୁଲ ସଭାପତି କହିଛନ୍ତି ସ୍କୁଲକୁ ବଦନାମ କରିବାକୁ ଏହା ଏକ ଚକ୍ରାନ୍ତ । ସେପଟେ ଅଭିଭାବକ କହିଛନ୍ତି ନ୍ୟାୟ ନମିଳିଲେ ଆମେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବୁ ।ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର ଙ୍କ ସହ ଯୋଗାଯୋଗ କରିବାରୁ ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସବିତା ଶତପଥୀ ଙ୍କୁ ରିପୋର୍ଟ ମଗାଯାଇଛି ଓ ରିପୋର୍ଟ ମିଳିବା ପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.