ଓଏସ୍‌ଏଚ୍‌ଇସିର ଉପାଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧି…

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ(ଓଏସ୍‌ଏଚ୍‌ଇସି)ର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ କାର୍ଯ୍ୟକାଳକୁ ବୃଦ୍ଧିକରିଛନ୍ତି । ପ୍ରଫେସର ଦାସଙ୍କ କାର୍ଯ୍ୟକାଳ ଆସନ୍ତା ୨୬ତାରିଖରେ ଶେଷହେବାକୁ ଥିବା ବେଳେ ରାଜ୍ୟ ସରକାର ତାଙ୍କୁ ଆଉ ବର୍ଷେ ପାଇଁ କାର୍ଯ୍ୟକାଳ ବୃଦ୍ଧିକରିଛନ୍ତି ।

ରାଜ୍ୟର ବୃହତ୍ ଏକାଡେମିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କର ଏହି କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଇଛି। ଆସନ୍ତା ୨୦୨୪ ଜାନୁୟାରୀ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଫେସର ଦାସ ଓଏସ୍‌ଏଚ୍‌ଇସିର ଉପାଧ୍ୟକ୍ଷ ପଦବୀରେ ରହିବେ । ଏ ନେଇ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.