ଶୈଳବାଳା କଲେଜକୁ କାରଣ ଦର୍ଶାଅ ନୋଟିସ୍‌…

ଭୁବନେଶ୍ୱର: ଇ-ନାମଲେଖା ନିୟମକୁ ମାନୁନାହାନ୍ତି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ । ପୁଣି ଏକ କଲେଜକୁ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଇ-ନାମଲେଖାର ନିଦ୍ଦେର୍ଶାବଳୀକୁ ପାଳନ ନ କରି ପିଲାଙ୍କ ନାମ ଲେଖାଇଥିବାରୁ କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ସୋ କଜ୍ ନୋଟିସ କରିଛି । ଏ ନେଇ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ଉପନିଦ୍ଦେର୍ଶକ ରଜତ କୁମାର ମାନସିଂହ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ରହିଛି, ଦୁଇଜଣ ପିଲାଙ୍କ ନାମ ଅପଡେଟ୍ କରିବା ପାଇଁ କଲେଜ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ କରାଯାଇଥିଲା ।

ଏହାପରେ ଇ-ନାମଲେଖା ନିୟମର ଉଲଙ୍ଘନ ହୋଇଥିବା ଜଣାପଡ଼ିଥିଲା । ତେଣୁ ଶିକ୍ଷାନୁଷ୍ଠାନର ନାମଲେଖା ଟିମ୍ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ କରାଯାଇଛି ଓ ସେମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ତା’ର ଜବାବ ଦେବାକୁ କୁହାଯାଇଛି । ଆସନ୍ତା ୩୧ତାରିଖ ସୁଦ୍ଧା ଏହି ରିପୋର୍ଟ ଦେବା ପାଇଁ ନିଦ୍ଦେର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ପୂବର୍ରୁ ଗତ ୭ ତାରିଖରେ ୧୯ ଡିଗ୍ରୀ କଲେଜକୁ ନିୟମ ମାନିନଥିବାରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ବେଳେ ଗତ ୧୬ ତାରିଖରେ ଆଉ ୬ଟି ଉଚ୍ଚଶିକ୍ଷାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଇ-ନାମଲେଖା ନିୟମ ନ ମାନି ସିଧାସଳଖ ଛାତ୍ରୀଛାତ୍ରଙ୍କ ନାମଲେଖା ସମ୍ପନ୍ନ କରିଛନ୍ତି । ଯାହା ଛାତ୍ରୀଛାତ୍ରଙ୍କ କ୍ୟାରିୟରକୁ ପ୍ରଭାବିତ କରିବ ବୋଲି ଉଚ୍ଚଶିକ୍ଷା ବିଭାଗ ଆଶଙ୍କା କରିଛି ଏବଂ ସେହି ଶିକ୍ଷାନୁଷ୍ଠନାଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ତେବେ ଏହାକୁ ମିଶାଇ ଚଳିତ ମାସରେ ମୋଟ୍ ୨୬ଟି ଶିକ୍ଷାନୁଷ୍ଠାନକୁ ଏହିପରି ନୋଟିସ ଜାରି ହେଲାଣି ।

nis-ad
Leave A Reply

Your email address will not be published.