ପ୍ରେମିକ ନଥିଲେ ଛାତ୍ରୀଙ୍କୁ କଲେଜ ଆସିବା ମନା… !

ଜଗତସିଂହପୁର: ବୟଫ୍ରେଣ୍ଡ ନଥିଲେ କଲେଜରେ ଗେଟ୍ ମନା । ପରିଚୟ ପତ୍ର ଭଳି ବୟଫ୍ରେଣ୍ଡଙ୍କ ସହ ଫଟୋ ଉଠାଇ କଲେଜର ପ୍ରବେଶ ଦ୍ୱାରରେ ଦେଖାଇ ଏଣ୍ଟ୍ରି କରିପାରିବେ । ଜଗତସିଂହପୁର ଜିଲ୍ଲାର ସର୍ବ ପୁରାତନ ଝଠଗ କଲେଜ ନାମରେ ଭାଇରାଲ ହେଉଛି ଏମିତି କିଛି ବେନାମୀ ନୋଟିସ।

ଖବର ଅନୁଯାୟୀ, ଫେବୃୟାରୀ ୧୪ରୁ କଲେଜର ପ୍ରତ୍ୟେକ ଛାତ୍ରୀଙ୍କୁ ଜଣେ ପୁରୁଷ ବନ୍ଧୁଙ୍କୁ ବାଛିବା ପାଇଁ ପଡିବ। ବୟ ଫ୍ରେଣ୍ଡ୍ ନ ଥିବା ଛାତ୍ରୀଙ୍କୁ କଲେଜ ପ୍ରବେଶ ଉପରେ ରୋକ ଲଗାଇବା ନେଇ ନୋଟିସରେ ଉଲ୍ଲେଖ ରହିଛି । ବୟଫ୍ରେଣ୍ଡଙ୍କ ସହିତ ଫଟୋ ଉଠାଇ ଛାତ୍ରୀମାନେ ପରିଚୟ ପତ୍ର ଭଳି କଲେଜ ପ୍ରବେଶ ଦ୍ଵାରରେ ଦେଖେଇ ଗେଟରେ ପ୍ରବେଶ କରିବେ । ନୋଟିସ ଶେଷରେ କଲେଜ ପ୍ରିନ୍ସ ପାଲଙ୍କ ଦସ୍ତଖତ ରହିଛି।
ତେବେ  ଏ ବାବଦରେ ମୁହଁ ଖୋଲିଛନ୍ତି କଲେଜ ପ୍ରିନ୍ସପାଲ । ନୋଟିସ ସଂପୂର୍ଣ୍ଣ ଭାବରେ ମିଛ ।

କଲେଜ ତରଫରୁ ସେମିତି କୌଣସି ନୋଟିସ କରାଯାଇନାହିଁ। ଏହି ନୋଟିସ ଉପରେ କଲେଜ ତରଫରୁ ପୋଲିସ ପାଖରେ ଅଭିଯୋଗ କରାଯିବ ବୋଲି କହିଛନ୍ତି ଅଧ୍ୟକ୍ଷ । ତେବେ କିଏ ଓ କେଉଁ ଉଦ୍ଦେଶ୍ୟ ରଖି କଣ ଏ ପ୍ରକାର ନୋଟିସ ଭାଇରାଲ କଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ।

nis-ad
Leave A Reply

Your email address will not be published.