ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ…

କେନ୍ଦୁଝରକେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା। ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ, ଗତ ୧୮ ତାରିଖରେ ଆନନ୍ଦପୁର ଉପଖଣ୍ଡ ସୋସା ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ମାଉସୀ ପୁଅ ଭାଇଙ୍କ ସହ ବୁଲିବାକୁ ଯାଇଥିଲେ। ସନ୍ଧ୍ୟାରେ ଫେରିବା ବାଟରେ କିଛି କାମ ଥିବାରୁ ଭାଇ ତାଙ୍କୁ ଘର ଠାରୁ କିଛି ଦୂରରେ ଛାଡ଼ି ଚାଲିଯାଇଥିଲେ।

ମହିଳା ଜଣଙ୍କ ଏକାକୀ ଘରକୁ ଚାଲି ଚାଲି ଯିବା ସମୟରେ ଏକ ବାଇକରେ ଆସି ୩ ଜଣ ଅଭିଯୁକ୍ତ ମହିଳାଙ୍କୁ ଉଠାଇ ନେଇଥିଲେ। ବିଦ୍ୟାଧରପୁର ବ୍ୟାରେଜ ନିକଟ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ଏବେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୋସୋ ଥାନା ରାମକୃଷ୍ଣପୁର ଗାଁର ଇଶାନ ନାୟକ, ରମେଶ ପାତ୍ର, ଓ ଅନ୍ଧାରି ଗ୍ରାମର ରାମ ଡୁ। ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

nis-ad
Leave A Reply

Your email address will not be published.