ତିନିଦିନ ଧରି ଚାଲିଥିବା କିଶୋରୀ ମେଳା ଉଦଯାପିତ …

ଫିରିଙ୍ଗିଆ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ହାଟପଦାଠାରେ ସମୋନିତ୍ବ ଶିଶୁ ବିକାଶ ଯୋଜନା ଆନୁକୁଲ୍ୟରେ ତିନିଦିନ ଧରି ଚାଲିଥିବା କିଶୋର କିଶୋରୀ ମେଳା ଉତ୍ସବ ଉଦଯାପନ ହୋଇ ଯାଇଛି । ଏହି ଉଜାପନ ଉତ୍ସବରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ରଶ୍ମିରଞନ ମହନ୍ତ ମୁଖ୍ୟ ଅତିଥି ଯୋଗଦେଇ ଥିବା ବେଳେ , ଜିଲ୍ଲା ସମାଜ ମଗଂଳ ଅଧିକାରୀ ପୁଷ୍ପାଞଳି ମିଶ୍ର ସମ୍ମାନିୟ ଅତିଥି , ଡାକ୍ତର ଗୋପାଳ କୃଷ୍ଣ ପଟନାୟକ , ଡାକ୍ତର ମାଡାମ ଆୟୁଷ , ସିଡିପିଓ ହରପ୍ରିୟା ମେହେର , ସହକାରି ଯନ୍ତ୍ରୀ ଫିରିଗିଆ ପଚାଂୟତ ସମିତି , ସମିତି ସଭ୍ୟ ବୈରାଗୀ କହଁର , ନାୟବ ସରପଚଂ ଶ୍ରୀକାନ୍ତ ଦିଗାଳ , ସୁପରଭାଇଜର ବନ୍ଦନା ମଲିକ , ସମାଜସେବୀ ଅକ୍ଷୟ କୁମାର ନାୟକ , ଅନ୍ତରଗଂ ଯୁବ ମହାସଂଘ ସମ୍ପାଦକ ବୁନା କହଁର , ଓ୍ବାର୍ଡ ସଭ୍ୟ ସଭ୍ୟା ଅଗଂନଓ୍ବାଡି କର୍ମି ସମସ୍ତ ସହିତ ଅନେକ ମାନ୍ୟଗଣ୍ୟ ଅତିଥି ମାନେ ଉପସ୍ଥିତି ରେ କେଳାପଡା ଘ୍ରାମ ପଞ୍ଚାୟତର ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନକଂ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଉଦଯାପନ ହୋଇ ଯାଇଛି । କିଶୋର କିଶୋରୀଙ୍କର ନାଚ ଗିତ ଓ ଭାଷନ ସହିତ କାର୍ଯ୍ୟକ୍ରମକୁ ମନୋରମ ପରିବେଷ ସୃଷ୍ଟି ହୋଇଥିଲା । ସମସ୍ତ କିଶୋର କିଶୋରୀ ଙ୍କୁ ଓଜନ , ଉଚତା ଓ ହିମଗ୍ଲୋବିନ ମାପିବା ସହ ସ୍ବାସ୍ଥ୍ୟ ପରିକ୍ଷା ମଧ୍ୟ କରାଯାଇଥିଲା । ନାଚଗିତରେ କିଶୋର କିଶୋରୀ ମଜଗୁଲ୍ ଥିବା ସହିତ ଗ୍ରାମବାସୀ ମାନେ ମଧ୍ୟ ନାଚଗୀତ ଉପଭୋଗ କରିଥିଲେ । ସୁପର ଭାଇଜର ବନ୍ଦନା ମଲିକ୍ ଅତିଥିଙ୍କୁ ସ୍ବାଗତ କରି କାର୍ଯ୍ୟକ୍ରମର ପ୍ରାରମ୍ଭିକ
ସୁଚନା ପ୍ରଧାନ କରିଥିଲେ । କିଶୋରୀ ମାନଙ୍କୁ ଦ୍ବାରା ଅତିଥୀ ମାନଙ୍କୁ ଫୁଲତୋଡା ଦେଇ ସ୍ବାଗତ କରା ଯାଇଥିଲା । ଅତିଥି ମାନେ କିଶୋର କିଶୋରୀ ମାନକଂର ମୁଲ୍ୟବୋଧ ଉପରେ ଗୁରୁତ୍ଵ ଦେଇ ବାଲ୍ୟବିଭାହକୁ ନା କହିବା ବିଦ୍ୟାଳୟକୁ ହଁ କହିବା ସହିତ ସ୍ବାସ୍ୟ ସଚେତନ ପ୍ରେରଣା ଦେଇଥିଲେ ନୁଆ ନୁଆ ସ୍ଳୋଗାନ ସହିତ କାର୍ଯ୍ୟକ୍ରମ ସମାପ୍ତ କରା ଯାଇଥିଲା ।
“” ସୁବିଧା ସୁଯୋଗ ଝିଅକୁ ଦିଅ “”
“” ରାଷ୍ଟ୍ରପତି ବି ହୋଇବେ ଝିଅ “”

” ଏହି ମାଟି ଏହି ପାଣି “
” ଆମେ ସବୁ ଭାଇ ଭଉଣୀ “”

nis-ad
Leave A Reply

Your email address will not be published.