ଛତ୍ରପୁର : ଭୁବନେଶ୍ୱର ର ଅଗ୍ରଣୀ ଅନୁଷ୍ଠାନ ଶାହା-ଚାରିଟେବୁଲ ଟ୍ରଷ୍ଟ ତରଫରୁ ଛତ୍ରପୁରର ଓଏସଏପି ଅଷ୍ଟମ ବାଟାଲିୟନ କ୍ୟାମ୍ପସ୍ ପରିସରରେ ତୃତୀୟ ସୋପାନରେ ବିଭିନ୍ନ କିସମର ବୃକ୍ଷଚାରାମାନ ଆନୁଷ୍ଠାନିକ ଭାବେ ରୋପଣ କରାଯାଇଛି । ଏହିଥର ମଧ୍ୟ ଆମ୍ବ,ପଣସ,ଜାମୁକୋଳି,ନାଲି-ଜାମୁକୋଳି, ପିଜୁଳି ଆଦି ବୃକ୍ଷଚାରା ଅତିଥୀମାନଙ୍କ ଦ୍ୱାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ଶାହା-ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ଜୀବନ ବାବା ଙ୍କ ତତ୍ତ୍ୱାବଧାନରେ ଓଏସଏପି ଅଷ୍ଟମ ବାଟାଲିୟନ ପରିସରରେ ସାମାଜିକ ବନୀକରଣ କରାଯାଇଛି ।
ଓଏସଏପି ଅଷ୍ଟମ ବାଟାଲିୟନର ଦୁର୍ଗପତି ସୂର୍ଯ୍ୟନାରାୟଣ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ ଏବଂ ଶାହା-ଚାରିଟେବୁଲ ଟ୍ରଷ୍ଟ କୁ ସହଯୋଗ ଓ ପ୍ରୋତ୍ସାହନା ଦେଇ ଆସିଥିବା ସମ୍ମାନୀତ ଅତିଥୀଙ୍କୁ ମାନପତ୍ର ସହ ପୁଷ୍ପଗୁଚ୍ଛ ଦେଇ କମାଣ୍ଡାଣ୍ଟ ଶ୍ରୀ ମଲ୍ଲିକ ସମ୍ବର୍ଦ୍ଧିତ କରିଥିଲେ ।
ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସର୍ବଶ୍ରୀ ଅରୁଣ କୁମାର ପ୍ରଧାନ, ଲକ୍ଷ୍ମୀନାରାୟଣ ବେହେରା, ଜ୍ୟୋତି ରଞ୍ଜନ ନାୟକ, କେପ୍ଟେନ ପୂର୍ଣ୍ଣ ଚନ୍ଦ୍ର ପାତ୍ର ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ଦିଗପହଣ୍ଡି ସ୍ଥିତ ଶ୍ରୀମା ହରିପ୍ରିୟା ଆଶ୍ରମ, ତଥା ଗୋପୀନାଥ ମଠ ଅଧିପତି ଯୋଗୀ ଦେବୀଦତ୍ତ ମହାରାଜ, ଯୋଗୀରାଜ ଙ୍କ ଭାଇ ସମାଜସେବୀ ଅରୁପ ଚୌଧୁରୀ, ସମାଜସେବୀ ଜଗନ୍ନାଥ ସାହୁ ପ୍ରମୁଖ ସମ୍ମାନୀତ ଅତିଥୀଭାବେ ଯୋଗଦେଇ ସବୁଜିମାର ସୁରକ୍ଷା, ସାମାଜିକ ବନୀକରଣ କରି ପୃଥିବୀପୃଷ୍ଠରେ ଜଳବାୟୁର ବାତାୟନ, ଅମ୍ଳଜାନର ସୁରକ୍ଷିତ ଦେବା ପ୍ରସଙ୍ଗରେ ମତବ୍ୟକ୍ତ କରି ସମାଜକୁ ବର୍ତ୍ତା ଦେଇଥିଲେ ।
ବ୍ରହ୍ମପୁର ଲୟନ୍ସ କ୍ଲବ ସଦସ୍ୟ ଅରୁଣ ପ୍ରସାଦ ପଣ୍ଡା,( ବିଲ୍ଡର,) ଓ ଶ୍ରୀମତୀ ସବିତା ପାଣିଗ୍ରାହୀ, ସମାଜସେବୀ ଦେବଦତ୍ତ ମେକାପ ପ୍ରମୁଖ ଯୋଗଦେଇ ସବୁଜ ବନୀକରଣ ର ମହତ୍ତ୍ୱ ଓ ଉପକାରୀତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଲ୍ଡର ତଥା ବ୍ରହ୍ମପୁର ଲୟନ୍ସ କ୍ଲବ ସଦସ୍ୟ ଅରୁଣ ପ୍ରସାଦ ପଣ୍ଡା ପ୍ରମୁଖଙ୍କ ଓଏସଏପି ଅଷ୍ଟମ ବାଟାଲିୟନ ପରିସରସ୍ଥ ନିର୍ମାଣାଧୀନ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ଉନ୍ନୟନ ସମ୍ପର୍କରେ ଅବଗତ ହୋଇ ବିଲ୍ଡର ଶ୍ରୀ ପଣ୍ଡା ନିଜସ୍ୱ ପାଣ୍ଠିରୁ ୫୦ହଜାର ଟଙ୍କା ଅର୍ଥ ପ୍ରଦାନ କରିଥିଲେ ।
ଓଏସଏପି ଅଷ୍ଟମ ବାଟାଲିୟନ ହାବିଲଦାର ଓ ସିପାହୀ ସଂଘ ସଭାପତି ଅଜିତ କୁମାର ରଥ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.