ଦାରିଙ୍ଗବାଡ଼ି,୨୦/୧ : ପକାରୀ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଆଜି ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜିଲ୍ଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡା.ଭବାନୀ ଶଙ୍କର ପାଳଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପକାରି ଗ୍ରାମ ପଞ୍ଚାୟତ ସରପଞ୍ଚ ସାକୁଡ଼ା ରୂପାମାଝୀ, ସମ୍ମାନିତ ଅତିଥି ଭାବେ ପକାରି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ପଣ୍ଡା, ଡା.ଶ୍ୟାମାନନ୍ଦ ବେହେରା, ଡା.ଶ୍ରୀକାନ୍ତ କୁମାର, ଡା.ଗଜାନନ ସେଠି, ଡା.ଭାବସିନ୍ଧୁ ବରୀହିୟା, ଡା.ନିହାରିକା ପାଢ଼ୀ ଯୋଗଦେଇ ଥିଲେ । ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଯୋଗ ଅଭ୍ୟାସ କରିବା ପାଇଁ ସଚେତନ କରିବା ସହିତ ବିଭିନ୍ନ ପ୍ରକାର ଯୋଗ ଅଭ୍ୟାସ କରାଇଥିଲେ । ଏହାପରେ କିଶୋର ଓ କିଶୋରୀଙ୍କୁ ନେଇ ସଚେତନ ବୈଠକ କରାଯାଇ ଆୟୁର୍ବେଦ ଚିକିତ୍ସା ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ସ୍ୱାସ୍ଥ୍ୟ ଯତ୍ନ ନେଇ ଆଲୋଚନା ମାଧ୍ୟମରେ ସଚେତନତା କରାଯାଇଥିଲା। ଏହାପରେ କୁଇଜ୍ ପ୍ରତିଯୋଗିତା କରାଯାଇ ଠିକ ଉତ୍ତର ଦେଉଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡା. ବିଷ୍ଣୁପ୍ରିୟା ମଲିକ, ଡା.ଚିତ୍ତ ରଞ୍ଜନ ଚକ୍ରା ଓ ଡା.ସୋମିୟା ଶୁଭଦର୍ଶିନୀ ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଔଷଧ ମାଗଣାରେ ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ । ଶେଷରେ ସମସ୍ତ ଅତିଥି, ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରରେ ଔଷଧୀୟ ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଦେଵବ୍ରତ ଦାସ, କୁମୁଦ ଗଣ୍ଡ, ସିଙ୍ଘଦେୟୀ ମୁର୍ମୁ,ପ୍ରଶାନ୍ତ କୁମାର ପାତ୍ର, ସଦାଶିବ ବେହେରା ଓ ଖେଳ ଶିକ୍ଷକ ପ୍ରଭାସ ଚନ୍ଦ୍ର ରଥ ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.