ତେଜିଲା ପୁସ୍ତକ ମେଳା ବିବାଦ : ପୁସ୍ତକ ମେଳାକୁ ନିଜସ୍ଵ କହି ଜିଲ୍ଲା ସଂସ୍କୃତି ବିଭାଗକୁ ଅପମାନିତ ପ୍ରଚେଷ୍ଟାକୁ ନେଇ ବ୍ୟକ୍ତି ଵିଶେଷ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି…

ମାଲକାନଗିରି : ମାଲ୍ୟବନ୍ତ ମହୋତ୍ସବ ଅବସରରେ ଏକ ପୁସ୍ତକ ମେଳା ଗତ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଅଛିା ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ପରିଷଦ ତରଫରୁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଅନେକ ପୋଷ୍ଟର ମରା ଯାଇଛିା ତେବେ ଆଜି ଏକ ନିର୍ଧିଷ୍ଟ ଖବର କାଗଜରେ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଏହି ପୁସ୍ତକ ମେଳା ଅନୁଷ୍ଠିତ ହୋଇଥିବା ଖବର ପ୍ରସାରିତ ହେଲା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛିା ଏହି ପ୍ରକାଶିତ ଖବରକୁ ନେଇ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ ତାଙ୍କ ସ୍ପଷ୍ଟିକରଣରେ ପୁସ୍ତକ ମେଳା ଜିଲ୍ଲା ସଂସ୍କୃତି ପରିଷଦ ମାଲକାନଗିରି ତରଫରୁ ହେଉଥିବା ବେଳେ କୌଣସି ଘରୋଇ ସଂସ୍ଥା ଦ୍ୱାରା ପୁସ୍ତକ ମେଳା ହେଉଥିବା ଖବର ପ୍ରକାଶକରିବା ଠିକ୍ ନୁହୋଁ କିନ୍ତୁ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ, ମାଲକାନଗିରି ଶାଖାର ସଭାପତି ନିରଞ୍ଜନମଲ୍ଲ ଆଜି ଏହାର ତଦନ୍ତ କରି ଏପରି ପ୍ରକାଶ କରିଥିବା ଖବର କାଗଜ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ଦେଇଛନ୍ତିା ଉକ୍ତ ଦାବିପତ୍ରରେ ଆହୁରି ମଧ୍ୟ ଉଲ୍ଲେଖ କରା ଯାଇଛି କିଛିମାସ ପୂର୍ୱରୁ ଓଡିଶା ସାହିତ୍ୟ ଏକାଡେମୀ ନାମରେ ସାର୍ଟିଫିକେଟ ଛପା ଯାଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରା ଯାଇଥିବା ଲୋକ ଲୋଚନକୁ ଆସିଲା ପରେ ଏହା ବିରୁଦ୍ଧରେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲ।। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଢ ପଦ କ୍ଷେପ ନେବାପାଇଁ ଶ୍ରୀ ମଲ୍ଲ ଦାବିପତ୍ରରେ ଊଲ୍ଲେଖ କରିଛନ୍ତିା ତେବେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଏହି ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକଙ୍କୁ ସେ ପ୍ରଦାନ କରିଛନ୍ତି ।

nis-ad
Leave A Reply

Your email address will not be published.