ଆବାସ ଯୋଜନାରେ ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀ ମାନେ ଆନ୍ଦୋଳନ ପାଇଁ ସଜବାଜ…

ଦାରିଙ୍ଗବାଡ଼ି : ୨୦/୦୧, ଆବାସ ଯୋଜନାର ସମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ପରେ ରଜ୍ୟର ବିଭିନ୍ନ ଅଞ୍ଚଳରେ ଜନ ଆନ୍ଦୋଳନ ଲାଗି ରହିଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତରେ ପଡିଥିବା ଦେଖିବାକୁ ମିଳିଛି । ସୁଚନା ଅନୁଯାୟୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ବ୍ଲକ ପ୍ରଶାସନର ନିର୍ଦ୍ଦେଶରେ ବିଭିନ୍ନ ପଞ୍ଚାୟତରେ ଜିଓ ଟ୍ୟାଗ କରି ଫଟୋ ଉଠାଯାଇଥିଲା। ସେହି ସମୟରେ ବ୍ରାହ୍ମଣୀଗାଁ ପଞ୍ଚାୟତର ୧୭୩ ଜଣ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ସମ୍ଭାବ୍ୟ ତାଲିକାରେ ମାତ୍ର ୧୧୬ଜଣ ହିତାଧିକାରୀ ଙ୍କ ତାଲିକା ପ୍ରକାଶ ପାଇଛି, ଆଉ ୫୭ଜଣ ଯୋଗ୍ୟ ହିତାଧିକାରୀ ଙ୍କ ନାମ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡ଼ିବା ଥିବା ନେଇ ଜନ ଅସନ୍ତୋଷ ଦେଖାଦେଇଛି। ଆବାସଟିଏ ପାଇବା ପାଇଁ ଗରୀବ ହିତାଧିକାରୀ ମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟଳୟ ପର୍ୟ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଲେଣି। ଜିଓ ଟ୍ୟାଗ୍ ରେ ଫଟୋ ଉଠାଇବା ପରେ ଆବାସ ଟିଏ ମିଳିବ ବୋଲି ଆଶା ବାନ୍ଧିଥିବା ହିତାଧିକାରୀ ମାନେ ନିରାଶ ହୋଇ ଆନ୍ଦୋଳନ ପାଇଁ ସଜବାଜ ହେଇ ପୂର୍ବତନ ସମିତି ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ, ମାନବାଧିକାର ସୁରକ୍ଷା ଫୋରମ୍ ର ବ୍ଲକ କର୍ମୀ ବିକ୍ରମ ବସ୍ତୀରାୟ ଓ ଯୁଗେଶ୍ୱର ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ କରି ଆସନ୍ତା ଶନିବାର ଦିନ ବ୍ରାହ୍ମଣୀଗାଁ ରେ ଗଣ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ସ୍ଥିର କରିଛନ୍ତି । ଏନେଇ ସ୍ଥାନୀୟ ଜନପ୍ରତିନିଧି ଶ୍ରୀ ବଳିଆର ସିଂ ଓ ଶ୍ରୀ ବସ୍ତିରାୟ ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଅଞ୍ଚଳ ରେ ପ୍ରାୟ ୯୦ ପ୍ରତିଶତ ଲୋକେ ଦାରିଦ୍ର୍ୟ ସୀମରେଖା ତଳେ ରହୁଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ପୁନଃ ବିଚାର କରି ଆବାସ ଯୋଜନାରେ ସାମିଲ କରାଯିବା ପାଇଁ ଜନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

nis-ad
Leave A Reply

Your email address will not be published.