ଚା ଦୋକାନୀ ଙ୍କ ମହାନତା : ବାରମ୍ବାର ଅଭିଯୋଗ ପରେ ମଧ୍ୟ୍ୟ ଶୁଣିଲାନି ପ୍ରଶାସନ, ନିଜସ୍ୱ ଖର୍ଚରେ ନିର୍ମାଣ କଲେ ନିଜ ସାହି ରାସ୍ତା…

ଫିରିଙ୍ଗିଆ,- କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ସହର ରେ ଗତ କିଛିଦିନ ତଳେ ଜଣେ ଭିକ୍ଷୁକ ବୃଦ୍ଧା ଭିକ୍ଷା ବୃତ୍ତି କରି ଯାହା ସଂଚୟ କରିଥିଲେ ସବୁତକ ଟଙ୍କା ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଦାନ କରିଦେଇଥିଲେ I ସେତେବେଳେ ଏହି ଖବର ପ୍ରଚାର ହେବା ପରେ ବୃଦ୍ଧା ଜଣକ ବିଭିନ୍ନ ଗଣମାଧ୍ୟମ ର ଶିରୋନାମା ପାଲଟି ଯାଇଥିଲେ I ସେହିଭଳି ବର୍ତମାନ ଜଣେ ଚା ଦୋକାନୀ ନିଜସ୍ୱ ଖର୍ଚରେ ନିଜ ସାହି ରାସ୍ତା ନିର୍ମାଣ କରି ଚର୍ଚ୍ଚା ର ପରିସରକୁ ଆସିଛନ୍ତି I ଚା ଦୋକାନୀ ଙ୍କ ଏଭଳି ପ୍ରୟାସ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି I ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ର ଫିରିଙ୍ଗିଆ ସହରରେ I ଫିରିଙ୍ଗିଆ ନୁଆଁ ବାଷ୍ଟାଣ୍ଡ ନିକଟରେ ଏକ ଛୋଟିଆ ଚା ଦୋକାନ କରି ନିଜର ପରିବାର ପରିପୋଷଣ କରନ୍ତି ଫିରିଙ୍ଗିଆ ସହରର ଉପରପଡା ର ଅଭୟ କହଁର I ଚା ଦୋକାନୀ ଅଭୟ କହଁର ଯଉ ବସ୍ତି ରେ ରୁହନ୍ତି ସେହି ବସ୍ତି ରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ଦୀର୍ଘ 50 ବର୍ଷରୁ ଅଧିକ ସମୟ ହେବ ଭଲ ରାସ୍ତା ଟିଏ ହୋଇ ପାରିନଥିଲା I ସହିବାସିନ୍ଦା ସାହିକୁ ଭଲ ରାସ୍ତା ଟିଏ ନିର୍ମାଣ କରିବା ପାଇଁ ପଞ୍ଚାୟତ କାର୍ଯ୍ୟଳୟ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ୍ୟ ଏଥି ପ୍ରତି ପ୍ରଶାସନ କୌଣସି ଦୃଷ୍ଟି ଦେଇନଥିଲା I ସାହି କୁ ଭଲ ରାସ୍ତା ନଥିବାରୁ ବସ୍ତିବାସିନ୍ଦା ଙ୍କୁ ଯିବାଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା I ବର୍ଷା ମାସ ଆସିଲେ ଅଛରାଏ ବର୍ଷା ରେ ମଧ୍ୟ ସାହି ରାସ୍ତାଟି ପାଣିକାଦୁଅରେ ପାଚପାଚ ହୋଇ ପଡୁଥିଲା I ବାରମ୍ବାର ଅଭିଯୋଗ କରି ସାହି ବାସିନ୍ଦା ବିଫଳ ହେବାପରେ ରାସ୍ତା ନିର୍ମାଣ ପାଇଁ ଆଗେଇ ଆସିଥିଲେ ଏହି ଚା ଦୋକାନୀ ଜଣକ I ତେବେ ନିଜସ୍ୱ ଖର୍ଚରେ ଏକ ଜେସିବି ସାହାଯ୍ୟରେ ସାହିକୁ ରାସ୍ତା ନିର୍ମାଣ କରୁଛନ୍ତି ଏହି ଚା ଦୋକାନୀ ଜଣକ I ସୂଚନା ଥାଉକି ଏହୁ ସାହି ଟି ଫିରିଙ୍ଗିଆ ପଞ୍ଚାୟତ ର ଦୁଇ ନମ୍ବର ୱାର୍ଡ ରେ ଥିବା ବେଳେ ସାହିରେ ପ୍ରାୟ 300 ରୁ ଅଧିକ ପରିବାର ବସ ବସ କରନ୍ତି I ଦୀପତଳ ଅନ୍ଧାର ଭଳି ସାହି ଟି ବ୍ଲକ ମୁଖ୍ୟାଳୟ ରେ ଥିଲେ ମଧ୍ୟ ଏହି ସାହି ର ବାସିନ୍ଦା ବର୍ଷ ତମାମ ବିଭିନ୍ନ ସମସ୍ୟା ଦେଇ ଗତି କରିଆସୁଛନ୍ତି I ପାନୀୟ ଜଳ ଓ ଗମନା ଗମନ ପାଇଁ ରାସ୍ତା ଏହି ସାହି ବାସିନ୍ଦା ଙ୍କ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଚା ଦୋକାନୀ ଙ୍କ ମହାନତା ପାଇଁ ଗମନା ଗମନର ର ସୁବିଧା କିଛି ମାତ୍ରାରେ ସୁଧୁରି ଯାଇଛି I ଚା ଦୋକାନୀ ଜଣକ ନିଜ ସାହିରେ ପ୍ରାୟ 500 ମିଟର ରାସ୍ତା ନିର୍ମାଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା ବେଳେ ଏଭଳି କାମ ପାଇଁ ଚା ଦୋକାନୀ ଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଫିରିଙ୍ଗିଆ ଅଂଚଳର ବୁଦ୍ଧିଜୀବୀ ମାନଙ୍କ ସହ ସହିବାସିନ୍ଦା ଚା ଦୋକାନୀ ଙ୍କୁ କୃତଜ୍ଞତା ଜ୍ଞାପନ କରୁଛନ୍ତି I

nis-ad
Leave A Reply

Your email address will not be published.