କିଶୋର କିଶୋରୀ ମେଳା ଅନୁଷ୍ଠିତ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ଠାରେ କିଶୋର କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଶିଶୁବିକାଶ ଯୋଜନା ଆନୁକୁଲ୍ୟରେ ଓ ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ହରପ୍ରିୟା ମେହେରଙ୍କ ତ୍ବତ୍ବାବଧାନରେ ୧୫ ବର୍ଷରୁ ୧୯ ବର୍ଷ ର କିଶୋର କିଶୋରୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା । ଏହା ତିନିଦିନ ଧରି ହେବାକୁ ଥିବା ଅବସରେ ଝିଅ ପୁଅ ସମାନତା ଓ, ବାଲ୍ୟ ବିବାହ ଉପରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କିଶୋର କିଶୋରୀ ମାନଙ୍କ ମଧ୍ୟରେ କୁଇଜ ଓ ମିୟୁଜିକ୍ ଚେୟାର ପ୍ରତି ଯୋଗିତା କରାଯାଇଥିଲା ।

ଆସନ୍ତା କାଲି ରଗୋଂଲି ଝୋଟି ପ୍ରତି ଯୋଗିତା ହେବାର କାର୍ଯ୍ୟ କ୍ରମ ରହିଛି । ଏହି ଅବସର ରେ ସମୋନିତ ଶିଶୁ ବିକାସ ପର୍ଯ୍ୟବେକ୍ଷିକା ବୈଜନ୍ତି ମଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନିୟ ନାୟବ ସରପଞ୍ଚ, ଏ.ଏନ୍ .ଏମ୍ , ପଚାଂୟତ ସ୍ବାସ୍ଥ୍ୟ ସଂଯୋଜକ ସମେତ କ୍ଲଷ୍ଟର ର ସମସ୍ତ ଅଙ୍କନଓ୍ବାଡି କର୍ମୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟ କ୍ରମକୁ ଅନ୍ତରଙ୍ଗ ଯୁବ ମହାସଂଘ ସମ୍ପାଦକ ବୁନା କହଁର ଓ ସମାଜ ସେବୀ ଅକ୍ଷୟ କୁମାର ନାୟକ ସହୋଯୋଗ ଓ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.