ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଘୋଷାଡି ନେଲା କାର୍‌…

ନୂଆଦିଲ୍ଲୀ : ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲେୱାଲଙ୍କ ସହ ଦୁର୍ବ୍ୟବହାର। ୧୫ ମିଟର୍ ଯାଏଁ ତାଙ୍କୁ ଘୋଷାଡି ନେଲା କାର୍। ଆଜି ଭୋରୁ ଏମ୍ସ ହସ୍ପିଟାଲର ଗେଟ୍ ନମ୍ବର-୨ର ବିପରୀତ ପାଶ୍ୱର୍ରେ ଏହି ଘଟଣା ଘଟିଥିବା ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ପୁଲିସ ସୂଚନା ମୁତାବକ, ଗିରଫ ଅଭିଯୁକ୍ତ ଜଣକ ହେଲେ ୪୭ ବର୍ଷୀୟ ହରିଶ ଚନ୍ଦ୍ର । ସେ ଦିଲ୍ଲୀ ସଙ୍ଗମ ବିହାରର ବାସିନ୍ଦା। ଅଭିଯୁକ୍ତର ବଲେନୋ କାର୍‌କୁ ମଧ୍ୟ ପୁଲିସ ଜବତ କରିଥିବା କହିଛି।

ସ୍ୱାତୀ ମାଲେୱାଲଙ୍କ ଅଭିଯୋଗ ମୁତାବକ, ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ସ୍ଥିତି ନେଇ ସେ ଯାଞ୍ଚ କରୁଥିଲେ। ଏତିକି ବେଳେ ଜଣେ ନିଶାସକ୍ତ ଡ୍ରାଇଭର ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ତାଙ୍କୁ କାର୍‌ରେ ବସିବାକୁ କହିଥିଲା। କିନ୍ତୁ ସେ ବସିନଥିଲେ। ଏହାପରେ ଡ୍ରାଇଭର ଜଣକ ନିଜ ବଲେନୋ କାର୍ ନେଇ ସେଠାରୁ ଚାଲିଯାଇଥିଲେ । କିଛି ସମୟ ପରେ ୟୁ-ଟର୍ଣ୍ଣ ମାରି ପୁଣି ମହିଳା କମିଶ ଅଧ୍ୟକ୍ଷାଙ୍କ ପାଖକୁ ଆସିଥିଲେ। ଏହାପରେ ତାଙ୍କ ହାତକୁ କାର୍‌ରେ ବାନ୍ଧି ୧୦ରୁ ୧୫ ମିଟର ଯାଏଁ ଘୋଷାଡି ନେଇଥିବା ଅଭିଯୋଗ ହୋଇଛି।

ଏନେଇ ସ୍ୱାତୀ ମାଲେୱାଲ ଟ୍ୱିଟ୍ କରି କହିଛନ୍ତ, ମୁଁ ଭଗବାନଙ୍କ ଆଶୀର୍ବାଦରୁ ବଞ୍ଚି ଯାଇଛି। ଯଦି ଦିଲ୍ଲୀରେ ମହିଳା କମିଶନ ଅଧ୍ୟକ୍ଷା ହିଁ ସୁରକ୍ଷିତ ନୁହନ୍ତି ତେବେ ସାଧାରଣ ମହିଳା କିଭଳି ସୁରକ୍ଷିତ ରହିପାରିବେ ବୋଲି ସେ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି।

ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ରିଆଲିଟି ଚେକ୍ କରୁଥିଲେ ସ୍ୱାତୀ ମାଲେୱାଲ। ଏହି ସମୟରେ ତାଙ୍କୁ କାର୍ ଘୋଷାଡି ନେଇଥିବା କୁହାଯାଉଛି। ପୁଲିସ ଗରୁଣା ଭ୍ୟାନ୍ ଜରିଆରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି।

nis-ad
Leave A Reply

Your email address will not be published.