ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଠେଲାପେଲା, ୩ରୁ ଅଧିକ ଆହତ…

ମାଲକାନଗିରି: ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଠେଲାପେଲା । ଏଥିରେ ୩ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି । ଗତକାଲି ଥିଲା ମାଲ୍ୟବନ୍ତ ମହୋତ୍ସବର ତୃତୀୟ ସନ୍ଧ୍ୟା।

ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲେ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡା । ପାରମ୍ପରିକ ନାଚ ଗୀତ ପରେ ଆରମ୍ଭ ହୋଇଥିଲା ଅର୍କେଷ୍ଟା । ମହୋତ୍ସବ ଦେଖିବାକୁ ଆସିଥିଲେ ହଜାର ହଜାର ଦର୍ଶକ । ଏତିକିବେଳେ ଠେଲାପେଲା ହୋଇଥିଲା ।

nis-ad
Leave A Reply

Your email address will not be published.