ଜଙ୍ଗଲରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗୁଦାରି ଗ୍ରାମର ତଳପଟି ସାହି ନିକଟସ୍ଥ ଜଙ୍ଗଲରୁ ବୃଦ୍ଧ ଗଳିତ ଶବ ଉଦ୍ଧାର କରାଯାଇଛି l ଗ୍ରାମ ରଖିଙ୍କ ସୂଚନା ଅନୁଯାୟୀ ଖଜୁରୀପଡ଼ା ଥାନା ପୋଲିସ ଏବ୍ଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଶବ ଯାଞ୍ଚ କରିବା ସହିତ ଶବ ଉଦ୍ଧାର କରି ବ୍ଯବଚ୍ଛେଦ ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଥିବା ସୂଚନା ମିଳିଛି l ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ l
ବୃଦ୍ଧଙ୍କ କିଭଳି ମୃତ୍ୟୁ ଘଟିଲା,ତାଙ୍କୁ କେହି ହତ୍ୟା କରି ଜଙ୍ଗଲରେ ଫୋପାଡ଼ି ଦେଇଛି ଏ ନେଇ ଖଜୁରୀପଡ଼ା ପୋଲିସ ତଦନ୍ତ କରୁଥିବା ଜଣାପଡିଛି l

nis-ad
Leave A Reply

Your email address will not be published.