ସାଉଥ୍‌ ପଏଣ୍ଟ ହସ୍ପିଟାଲ୍‌ରେ ବୁଲିଲା ବୁଲ୍‌ ଡୋଜର…

କଟକ : ସାଉଥ୍‌ ପଏଣ୍ଟ ହସ୍ପିଟାଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଚାଲିଲା ବୁଲ୍‌ ଡୋଜର। ହସ୍ପିଟାଲ୍‌ ଜବରଦଖଲ କରିଥିବା ଜମିରୁ ଉଚ୍ଛେଦ କରିଛି କଟକ ମହାନଗର ନିଗମ(ସିଏମ୍‌ସି)। ଏଥିସହ ସରକାରୀ ଜମି ଉପରେ ହସ୍ପିଟାଲ୍‌ ନିର୍ମାଣ କରିଥିବା ବିଦ୍ୟୁତ ଟ୍ରାନ୍ସଫର୍ମ ଓ ଅକ୍ସିଜେନ୍‌ ପ୍ଲାଣ୍ଟ୍‌କୁ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଏମ୍‌ସି ଡେପୁଟି କମିଶନର ଅଜୟ କୁମାର ମହାନ୍ତି ଏନେଇ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ହସ୍ପିଟାଲ୍‌ ମିଲ୍‌ଡିଂ ପ୍ଲାନ୍‌ ଆପ୍ରୁଭାଲ୍‌କୁ ନେଇ ପ୍ରଶ୍ନ ଉଠିଛି। ତାହା ଉପରେ ପ୍ଲାନିଂ ଡିପାର୍ଟମେଣ୍ଟ ଖୋଳତାଡ କରୁଛି। ବେଆଇନ୍‌ ନିର୍ମାଣକୁ ନେଇ ହସ୍ପିଟାଲ୍‌ ବିରୋଧରେ ଏକ ମାମଲା ହୋଇଛି।୨୪ ତାରିଖ ସୁଦ୍ଧା ହାଜର ହୋଇ ସବୁ କାଗଜପତ୍ର ଜମା କରିବାକୁ ନୋଟିସ୍‌ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସେପଟେ ଠକେଇ ଅଭିଯୋଗରେ ସୋମବାର GST କଟକ ସହରରେ ଏକକାଳୀନ ୩ ଟି ସ୍ଥାନରେ ରେଡ୍ କରିଥିଲା। କଟକ ଖାନନଗର ସାଉଥ୍‌ ପଏଣ୍ଟ ହସ୍ପିଟାଲ, ହସ୍ପିଟାଲ ମାଲିକଙ୍କ ଘର ଓ ଜାଉଁଳିଆପଟି ମୀରା ଫାର୍ମାସୀରେ ପଡ଼ିଥିଲା ରେଡ୍‌। ବିଏସ୍‌କେୱାଇ ରିନୁଆଲ ବାହାନାରେ ଟଙ୍କା ଠକି କିଛି ଦିନ ତଳେ ଗିରଫ ହୋଇଥିଲେ ହସ୍ପିଟାଲ ମାଲିକ ବିନୟ ସନ୍ତୁକା। ଏହି ଘଟଣାରେ ଅଧିକ ଯାଞ୍ଚ ପାଇଁ ଏହି ରେଡ୍ ହୋଇଥିଲା। ତେବେ ଆଜି ବେଆଇନ୍‌ ଜବରଦଖଲକୁ ଉଚ୍ଛେଦ କରିଛି ସିଏମ୍‌ସି।

ପୂର୍ବରୁ BSKY କର୍ଡ଼ ଦୁର୍ନୀତିରେ ହସ୍ପିଟାଲର ମାଲିକ ବିନୟ ସନ୍ତୁକାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୁଲିସ। BSKY କାର୍ଡରେ ଚଞ୍ଚକତା କରି ଲକ୍ଷାଧିକ ଟଙ୍କା ହଡ଼ପ୍‌ କରିଥିଲା ଏହି ହସ୍ପିଟାଲ। ଯାହାକୁ ନେଇ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନ ଉଠିଥିଲା। ପରେ ରାଜ୍ୟ ସରକାର ସାଉଥ୍‌ ପଏଣ୍ଟ ହସ୍ପିଟାଲକୁ BSKY ତାଲିକାରୁ ହଟାଇ ଦେଇଥିଲେ।

nis-ad
Leave A Reply

Your email address will not be published.