ବଡ଼ ଭଉଣୀଙ୍କୁ ଶିଳ୍ପୀଙ୍କ ଶେଷ ମେସେଜ- ଯେଉଁଠି ରହିବି ପୁଅ ସହ ରହିବି…

କଟକ: ସାବତ ପୁଅକୁ ବହୁତ ଭଲ ପାଉଥିଲେ ଶିଳ୍ପୀ ଖୁଣ୍ଟିଆ। ତାକୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିବାକୁ ପ୍ରସ୍ତୁତ ନ ଥିଲେ। ସାବତ ପୁଅକୁ ସ୍ୱାମୀ ଓ ଶାଶୂ ଘର ଲୋକେ ନେଇଯିବାକୁ ବାରମ୍ବାର ଧମକ ଦେଉଥିବା ବେଳେ ଏହାକୁ ବରଦାସ୍ତ କରୁ ନଥିଲେ ଶିଳ୍ପୀ। ସେ ଯେଉଁଠି ରହିବେ, ପୁଅ ବି ସେଇଠି ରହିବ ବୋଲି କହୁଥିଲେ। ମୃତ୍ୟୁ ପୂର୍ବରୁ ଶିଳ୍ପୀ ତାଙ୍କ ବଡ଼ ଭଉଣୀଙ୍କ ନିକଟକୁ ପଠାଇଥିବା ହ୍ୱାଟ୍‌ସଆପ୍ ମେସେଜ୍‌ରେ ବି ଏହି କଥା ଲେଖିଥିଲେ, ଯାହା ଭାଇରାଲ ହେଉଛି।

ଶିଳ୍ପୀ ତାଙ୍କ ଶେଷ ହ୍ୱାଟ୍‌ସଆପ୍ ମେସେଜ୍‌ରେ ଲେଖିଥିଲେ- ସରି ଦିଦି, ଆଇ ଲଭ୍ ୟୁ, ମମି ପାପା ତତେ ଲାଗିଲେ। ଟେକ୍ କେୟାର । ପୁଅ ଆଉ ମୁଁ ଯେଉଁଠି ବି ରହିବୁ, ଏକାଠି ରହିବୁ । ସେ ମୋତେ ମିଛ କହିକି ବିବାହ କରିଛନ୍ତି। ସରି, କିନ୍ତୁ ମୋ ପାଖରେ ଆଉ କିଛି ରାସ୍ତା ନ ଥିଲା। ସବୁବେଳେ ମାଡ଼ଗାଳି, ଝଗଡ଼ା ଓ ବ୍ଲାକମେଲିଂ କରିବା ସହ ମାନସିକ ନିର୍ଯାତନା ଦେଉଥିଲେ। ଏ ନିର୍ଯାତନା ମୁଁ ଆଉ ସହି ପାରୁନି।

ଏହା ସହିତ ସେ ଲେଖିଥିଲେ, ମୋ ଲ୍ୟାପ୍‌ଟପ୍ ବ୍ୟାଗ ପର୍ସରେ ମୋ ଅଫିସ ଚାବି ଅଛି । ଯିଏ ହେଲେ ବି ଠିକଣାରେ ଚାବି ଦେଇଦେବ।  ପାପାଙ୍କ ପାଖରେ ଅଫର୍ ଲେଟର ଅଛି, ଆଡ୍ରେସ ଦେଖିଦେବ । ଲ୍ୟାପ୍‌ଟପ୍ ବ୍ୟାଗ୍‌ରେ ମୋର ସୁନା ଓ ଗୋଡ୍ରେଜ୍ ଚାବି ଅଛି । ମୋ ଫୋନ୍‌ରେ ଅଫିସର ଜିଓ ସିମ୍ ଅଛି, ସେଇଟା ବି ଦେଇଦେବ।

ମୃତ୍ୟୁ ପୂର୍ବରୁ ଶିଳ୍ପୀ ଫେସ୍‌ବୁକ୍‌ରେ ବି ଶେଷ ପୋଷ୍ଟ କରି ‘କ୍ୱିଟ୍‌’ କରୁଥିବା ଲେଖିଥିଲେ। ଏହା ମାଧ୍ୟମରେ ସେ ଜୀବନରୁ ବିଦାୟ ନେବାକୁ ସ୍ଥିର କରି ସାରିଥିବା ସୂଚାଇ ଦେଇଥିଲେ। ଗତକାଲି ଶିଳ୍ପୀଙ୍କର ଝୁଲନ୍ତା ମୃତଦେହ ସହିତ ତାଙ୍କ ସାବତ ପୁଅର ତଣ୍ଟିକଟା ମୃତଶରୀର କଟକ ସ୍ଥିତ ଘରୁ ମିଳିଥିଲା। ଏହି ଘଟଣାରେ ପୁଲିସ୍‌ ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆକୁ ବାନ୍ଧିଥିବା ବେଳେ ତାଙ୍କ ଶାଶୂ ଓ ଶ୍ୱଶୁରଙ୍କୁ ପଚରାଉଚରା କରୁଛି।

nis-ad
Leave A Reply

Your email address will not be published.