ଭିଜିଲାନ୍ସ ଜାଲରେ ନୂଆପଡ଼ା ଖରିଆର ବିଡ଼ିଓ, ୫ସ୍ଥାନରେ ଚଢ଼ାଉ…

ନୂଆପଡ଼ା: ସକାଳୁ ସକାଳୁ ବିଡିଓ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ  ଚଢ଼ାଉ କରାଯାଇଛି। ନାରାୟଣଙ୍କର ବଲାଙ୍ଗିରରେ ଥିବା ପୈତୃକ ଘର, ନିଜ ଘର ଓ  ସମ୍ପର୍କୀୟ ଘର ଚଢ଼ାଉ କରାଯାଇଛି। ସେହିପରି ନୂଆପଡ଼ାର ଖଡିଆଳରେ ଥିବା ନାରାୟଣଙ୍କ ଅଫିସ ଓ ସରକାରୀ ବାସଭାବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ଭିଜିଲାନ୍ସ ବିଭାଗର ୩ଜଣ ଡିଏସ୍‌ପି ୧୦ ଜଣ ଇନ୍ସପେକ୍ଟର ଓ ୪ଜଣ ଏଏସ୍‌ଆଇ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ନଗଦ ୧୪ ହଜାରରୁ ଅଧିକ ଟଙ୍କା, ବ୍ୟାଙ୍କ କାଗଜପତ୍ର, ଇନସ୍ୟୁରାନ୍ସ  ଜବତ କରାଯାଇଛି। ନାରାୟଣ ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ତଦନ୍ତ କରି ଆଜି ସକାଳେ ନାରାୟଣଙ୍କ  ଘରେ ଚଢ଼ାଉ କରିଥିଲା।

nis-ad
Leave A Reply

Your email address will not be published.