ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ନ ପାଇଲେ ନବୀନ ନିବାସ ଘେରାଉ ହେବ: ବିଜେପି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଲେ ପରିସ୍ଥିତି ଭୟଙ୍କର ହେବ। ନବୀନ ନିବାସ ଘେରାଉ ହେବ। ଏଭଳି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁ। ୨୦୧୮-୧୯ରେ ଯେଉଁ ତାଲିକା ଆସିଥିଲା, ତାହା ଦଳୀୟ ଆଧାରରେ ଆସିଥିଲା। ଯେତିକି ଥର ଘର ପାଇଁ ସର୍ଭେ ହୋଇଛି, ଦଳୀୟ ଆଧାରରେ ହୋଇଛି। ରାଜ୍ୟ ସରକାର ଚଞ୍ଚକତା ସହ ଦଳୀୟ ଆଧାରରେ ବାଣ୍ଟିବା ପାଇଁ ଉଦ୍ୟମ କରୁଛନ୍ତି।  ବିଜୁ ଜନତା ଦଳ ସହିତ ସମ୍ପୃକ୍ତ ଲୋକମାନଙ୍କୁ କେବଳ ଦିଆଯିବାକୁ ଥିବା ପକ୍କା ଘରରେ ସାମିଲ କରାଯାଇଛି। ଯେଉଁମାନେ ଅନ୍ୟ ଦଳ ସହିତ ସମ୍ପୃକ୍ତ କିମ୍ବା ସାଧାରଣ ଲୋକ ସେମାନଙ୍କ ନାଁକୁ ସାମିଲ କରାଯାଇନି। ଯୋଗ୍ୟ ଲୋକ ନ ପାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ବିଜେପି।

୨୦୧୮-୧୯ ପ୍ରୋଭିଜିନାଲ ୱେଟିଙ୍ଗ ତାଲିକା ଅନୁସାରେ ପ୍ରାୟ ଦେଢ଼ ଲକ୍ଷଙ୍କ ଯୋଗ୍ୟ ହିତାଧିକାରୀ ରହିଥିଲେ। ଏବେର ସମ୍ଭାବ୍ୟ ତାଲିକାରେ ସେମାନଙ୍କ ନାଁ ନାହିଁ, ତେଣୁ ସ୍ୱଚ୍ଛତା ବଜାୟ ରଖାଯାଉ। ସେଇ ତାଲିକାକୁ ରେଫରାଲ ଭାବେ ନିଆ ଯାଇ ଘର ଆବଣ୍ଟନ କରାଯାଉ। ଅଯୋଗ୍ୟ ଲୋକଙ୍କ ଖବର ଯିଏ ଦେବ ବା ଯେଉଁମାନେ ଅଭିଯୋଗ କରିବେ ତାଙ୍କ ନାମକୁ ଗୁପ୍ତ ରଖିବା ଦରକାର। ନହେଲେ ଲୋକମାନଙ୍କ ମଧ୍ୟରେ ଗାଁ ଗାଁରେ ଗଣ୍ଡଗୋଳ ହେବ। ଅଭିଯୋଗକାରୀଙ୍କ ପରିଚୟ ଗୁପ୍ତ ରଖାଯାଉ।
ଯେଉଁମାନଙ୍କର ଚାଳ ଘର ଥିଲା, ସେମାନେ ତିନି ବର୍ଷ ଅପେକ୍ଷା କରି କରି ଆଜବେଷ୍ଟସ ପକାଇଛନ୍ତି। ଯାହାର ଆଜବେଷ୍ଟସ ଘର ଅଛି ତାକୁ ମଧ୍ୟ ସାମିଲ କରାଯାଉ। ସେଥିରେ ପିଏମ ଆବାସ ଲୋଗୋ ହିଁ ଲଗାଯାଉ। ୪୦ ପ୍ରତିଶତ ଅର୍ଥ ଦେଇ ଯେଉଁ ଲୋଗୋ କଥା ବିଜେଡି କହୁଛି ତାକୁ ବରଦାସ୍ତ କରାଯିବ ନାହିଁ।

nis-ad
Leave A Reply

Your email address will not be published.