ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ସ୍ଵାସ୍ଥ୍ଯ କୁ ସୁଦୃଢ଼ ପାଇଁ ଶପଥ ପାଠ…

ପଡିଆ, ୧୬/୦୧ ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ସଦର ମହକୁମା ରେ କାଲଦାପଲ୍ଲୀ, ମାଟେରୁ ଓ ପଡିଆ ଅଞ୍ଚଳର ଆଶା, ଅଙ୍ଗନୱାଡି ଓ ସ୍ଥାନୀୟ ମହିଳାଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇଟିସି ମିଶନ ସୁନେହରାକଲ ସହଯୋଗରେ ମମତା ମାତୃ ଓ ଶିଶୁ ସ୍ଵାସ୍ଥ୍ଯ ସଂଗଠନ ପକ୍ଷ୍ୟରୁ ପଡିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ କରାଯାଇ ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ସ୍ଵାସ୍ଥ୍ଯକୁ ସୁଦୃଢ଼ ପାଇଁ ସଚେତନତା ସୃଷ୍ଟି କରାଇଅଛି। ଗ୍ରାମାଞ୍ଚଳରେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ଖାଦ୍ୟ, ପୋଷଣ, ସ୍ଵଚ୍ଛତା ନେଇ ସଚେତନତା ସୃଷ୍ଟି କରିବା ସହ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଦେଶୀ ଖାଦ୍ୟ ଗ୍ରହଣ ନେଇ ଆହ୍ଵାନ କରାଯାଇଥିଲା। ଗର୍ଭଧାରଣ ନେଇ ଅବଗତ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ନେବା ସହ ଗ୍ରାମ୍ୟ ସ୍ଵାସ୍ଥ୍ଯ ପୋଷଣ ଦିବସରେ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ କୁହାଯାଇଛି। ମାତୃ ଓ ଶିଶୁ ସ୍ଵାସ୍ଥ୍ଯ ସହ ମହିଳା ସଶକ୍ତିକରଣ, ବାଲ୍ୟ ବିବାହ ରୋକିବା, ସୁସ୍ଥ ଜୀବନଚର୍ଯ୍ୟା, ଲିଙ୍ଗଗତ ବିବିଧତା ଦୁରୀକରଣ ଓ ବିଭିନ୍ନ ବର୍ଗର ଲୋକଙ୍କ ଶାରୀରିକ ମାନସିକ ବୃଦ୍ଧି ଓ ବିକାଶ ବାବଦରେ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡିଶା ଜିବିକା ମିଶନର ଅମିତ୍ କୁମାର ନମଦାସ ଯୋଗ ଦେଇଥିବା ବେଳେ ଗୋବିନ୍ଦ ସର୍ଦାର ଓ ଝିଲି ସିଲ୍ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.