ଅଲୋଡ଼ା ହେଲେ ଶିକ୍ଷିତ ପୁଅ ଝିଅ ଶେଷକୃତ୍ୟ ସଂପନ୍ନ କଲା ଟିମ ହ୍ୟୁମାନିଟି କନ୍ଧମାଳ…

ଛୁଟୁଛି ପ୍ରଶଂସା ର ସୁଅ….


ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଟିମ୍ ହ୍ୟୁମାନିଟି କନ୍ଧମାଳ ସମଗ୍ର ଜିଲ୍ଲା ସମେତ ରାଜ୍ୟରେ ବେଶ ପ୍ରଶଂସିତ ହୋଇଛି l ଯାହାର କେହି ନାହିଁ ଭୟ କରିବାର ଆଦୌ ନାହିଁ ଗୋଟିଏ କଲରେ ଅବିଳମ୍ବେ ପହଞ୍ଚୁଛି l ସେ କରୋନା ରୋଗୀର ଶବ କିମ୍ବା ଅନାଥ ଓ ବିଧବା ବୃଦ୍ଧାଙ୍କ ଶବ କହିବା ମାତ୍ରେ ସମସ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ଆଗେଇ ଆସିଛି ଏହି ସ୍ଵେଚ୍ଛାସେବୀ ସଂଗଠନ l ସେହିପରି ଗତ ୧୩ ତାରିଖ ସକାଳୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡି ଗ୍ରାମରେ ଏକ ବୃଦ୍ଧ ଶୌଚ ହେଇ ଯିବାବେଳେ ରାସ୍ତାରେ ମୃତ୍ୟୁ ବରଣ କରିଥିଲେ। ମୃତ ବୃଦ୍ଧ ହେଉଛନ୍ତି ନିମାଇଁ ଚରଣ ସାହୁ (୯୦)। ତାଙ୍କ ଦୁଇ ଶିକ୍ଷିତ ପୁଅ ଅଛନ୍ତି ତା ସତ୍ତ୍ବେ ମଧ୍ୟ ଦୀର୍ଘ ସମୟ ଧରି ଶବଟି ସେହି ସ୍ଥାନରେ ହିଁ ପଡ଼ି ରହିଥିଲା l ଶେଷରେ ଉଦ୍ଧାର ପାଇଁ କେହି ନ ଆସିବାରୁ ସ୍ଥାନୀୟ ଲୋକେ ଏବଂ ସଦର ଥାନା ଅଧିକାରୀ ନିଜସ୍ଵ ଖର୍ଚ୍ଚରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ l ହେଲେ ବି ପରିବାର ସଦସ୍ଯ କେହି ନ ପହଞ୍ଚିବାରୁ ଶେଷରେ ସଦର ଥାନା ଅଧିକାରୀ ଏବଂ ଗ୍ରାମବାସୀ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସହଯୋଗ ମାଗିଥିଲେ। ଏଭଳି ଏକ ଅଭାବନୀୟ ପରିସ୍ଥିତିକୁ ବୁଝିବା ପରେ ଟିମ୍ ହ୍ୟୁମାନିଟିକନ୍ଧମାଳର ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ରାଜୀବ ନେତ୍ର ପଟ୍ଟନାୟକ, ଅନୁପ ବିକ୍ରମ ପାତ୍ର,ଅରବିନ୍ଦ ବେହେରା, ରବୀନ୍ଦ୍ର ମହାରଣା, ସମସ୍ତ ପ୍ରସ୍ତୁତି କରି ନିକଟସ୍ଥ ସ୍ମଶାନକୁ ନେଇ ହିନ୍ଦୁ ରୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରି ଫେରିଥିଲେ। ଯାହାର କେହି ନାହିଁ ସେ ଜାଗାରେ ଟିମ୍ ହ୍ୟୁମାନିଟି କନ୍ଧମାଳ ପୋଷ୍ୟ ସନ୍ତାନ ଭାବେ ଉପସ୍ଥିତ ରହି ସହଯୋଗର ହାତ ବଢାଉଅଛି ବୋଲି ସମଗ୍ର ଜିଲ୍ଲାରେ ଆଜି ବେଶ ପ୍ରଶଂସିତ ହୋଇପାରୁଛି l

nis-ad
Leave A Reply

Your email address will not be published.