୬ ମାସ ହେଲା ମିଳୁନାହିଁ ଭତ୍ତା,ଖଟିଆରେ ପଡ଼ିରହିଛି ବୃଦ୍ଧା…

ସରକାରୀ ଯୋଜନା ଏଠି ଧର୍ମକୁ ଆଖିଠାର…


ଫୁଲବାଣୀ :- ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଭକ୍ତି ବେହେରା । ଅର୍ଥ ଅଭାବରୁ ଚିକିତ୍ସା ସାଜିଛି ବାଧକ । ସରକାର ଙ୍କ ତରଫ ଭତ୍ତା ବାବଦରେ ୫୦୦ ଟଙ୍କା ମିଳୁଥିଲା କିନ୍ତୁ ୬ ମାସ ହେଲା ଅସହାୟ ଙ୍କୁ ମିଳୁନାହିଁ ଭତ୍ତା । ସରକାର ଗରିବ ପରିବାରଙ୍କୁ ଯୋଜନା ପ୍ରଣୟନ କରି ଭତ୍ତା ପ୍ରଦାନ କରନ୍ତି ସତ କିନ୍ତୁ ୬ ମାସ ହେଲା ମିଳୁନାହିଁ ଭତ୍ତା । ଏହି ଭଳି ଦୁଃଖ ଭରା ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବୈରିକୁମ୍ପା ଗାଁ ର ଭକ୍ତି ବେହେରା ଦିର୍ଘ ଦିନ ରୋଗ ରେ ପିଡୀତ ହୋଇ ଖଟିଆରେ ପଡ଼ି ରହିଛି । ସରକାର ତରଫରୁ ସହାୟତା କହିଲେ ଅକମୟ କାର୍ଡ ବାବଦକୁ ୧୦ କେଜି ଚାଉଳ ଯେତିକି ମିଳୁଛି ସେତିକି ରେ ପରିବାର ଚଳିବା କଷ୍ଟକର ‌। ତେଣୁ ସରକାର ରାସନ୍ ଚାଉଳ ବାବଦକୁ ୩୫ ଦେବା ପାଇଁ କସ୍ତ୍ରୁରି ବେହେରା ନିବେଦନ କରିଛନ୍ତି । ଭତ୍ତା ବାବଦକୁ ୫୦୦ ଟଙ୍କା ଯେତିକି ମିଳୁଥିଲା ସେତିକିରେ ଚିକିତ୍ସା ପାଇଁ ମେଡିସିନ କିଛି ଆଣିବା ପାଇଁ କିଛି ମାତ୍ରାରେ ସୁବିଧା ହୋଇ ଥିବା ବେଳେ ବର୍ତ୍ତମାନ ଭତ୍ତା ବାବଦକୁ ଯେତିକି ମିଳୁଥିଲା ବର୍ତ୍ତମାନ ୬ ମାସ ବିତିଯାଇଥିଲେ ସୁଧା ଭତ୍ତା ମିଳୁନଥିବା ପରିବାର ତରଫରୁ କହିଛନ୍ତି । ହାତ ରେ ଅର୍ଥ ଅଭାବରୁ ଚିକିତ୍ସା ପାଇଁ ଚିନ୍ତା ରେ ପରିବାର । ଦିର୍ଘ ଦିନରୁ ହାତ ଗୋଡ଼ ଅକାମୀ ହୋଇ ଥିବା ଯୋଗୁ ବିଛଣାରେ ପଡିଅଛି । ଚିକିତ୍ସା ପାଇଁ ସରକାର କିଛି ଅର୍ଥ ମଞ୍ଜୁର ଦେଲେ ଉଚ୍ଚ ଚିକିତ୍ସା ପାଇଁ ସୁବିଧା ପାଇବେ ବୋଲି କହିଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କିଭଳି ଭକ୍ତି ବେହେରା ଙ୍କୁ ୬ ମାସ ହେଲା ବନ୍ଦ ରହିଥିବା ଭତ୍ତା ମିଳିପାରିବ କିମ୍ବା ହାତ ହାତ ଭତ୍ତା ଦେବାପାଇଁ ଭକ୍ତି ବେହେରା ଙ୍କ ସ୍ତ୍ରୀ ସରକାର ଙ୍କୁ ଅନୁରୋଧ କରିଛନ୍ତି । ଏହା ଉପରେ ଦୃଷ୍ଟି ଦେବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି । ଏହି ବିଷୟରେ ସ୍ଥାନୀୟ ସରପଞ୍ଚ ପଚାରିବାରୁ ଦୁଃଖ ପ୍ରକାଶ କରିବା ସହ କିଭଳି ତୁରନ୍ତ ଭତ୍ତା ପାଇପାରିବେ ବୋଲି କହିଛନ୍ତି

nis-ad
Leave A Reply

Your email address will not be published.