ଦୁର୍ନୀତି ଓ ଅପାରଗତାକୁ ଲୁଚାଇବା ପାଇଁ ବ୍ରହ୍ମପୁର ମହୋତ୍ସବ ଏକ ବାହାନା…

ଶ୍ରୀ ପୀତବାସ ପଣ୍ଡା ପିସିସି ସଭ୍ୟ, ବ୍ରହ୍ମପୁର, ଗଞ୍ଜାମ…



ବ୍ରହ୍ମପୁର-: ବ୍ରହ୍ମପୁର ସହରକୁ ବିକାଶ କରିବାରେ ଶାସକ ଦଳ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛି, ନବେ ଦଶକରୁ କ୍ଷମତାରେ ଥିବା ଏହି ଜନତା ନାମଧାରୀ ଦଳମାନେ ଲୋକଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାସନକୁ ଆସିଛନ୍ତି । ନିକଟରେ ସହରରେ ସିଲକ୍ ସିଟି ମହୋତ୍ସବ ନାଁ’ରେ ଯେଉଁ ମହୋତ୍ସବ ଚାଲିଛି ତାହା ଶାସକ ବିଜୁ ଜନତା ଦଳର ନେତାମାନେ ନିଜର ଦୁର୍ନୀତି ଓ ଅପାରଗତାକୁ ଲୁଚାଇବା କୁ ଏକ ପ୍ରୟାସ ବୋଲି ଆଇନଜୀବୀ ତଥା ପିସିସି ସଭ୍ୟ ଶ୍ରୀ ପୀତବାସ ପଣ୍ଡା ଏକ ପ୍ରେସ ବିବୃତିରେ କହିଛନ୍ତି । କିଛିଦିନ ତଳେ ସହରରେ ବେଆଇନ ନିର୍ମାଣ କାରୀଙ୍କ ବିରୋଧରେ ମହାନଗର ନିଗମ ତରଫରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଗଲା । ଆଜି କିପରି ସେହିମାନଙ୍କ ଅର୍ଥରେ ମହୋତ୍ସବ ଆୟୋଜନ କରାଯାଉଛି । ସହରର ପ୍ରତିଷ୍ଠିତ ବ୍ୟବସାୟୀ, ଘରୋଇ ଉଦ୍ୟୋଗ, ସୁନା ବ୍ୟବସାୟୀ, ଘରୋଇ ହସ୍ପିଟାଲ ପ୍ରଭୁତିଙ୍କଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରାଯାଉଛି । ସହରରେ, ସହର ସୌନ୍ଦର୍ଯ୍ୟ କରଣ (କାନ୍ଥ ଚିତ୍ର) ନାଁ’ରେ କୋଟି-କୋଟି ଟଙ୍କା ହରିଲୁଟ ହୋଇଛି, ଗଛ ଲଗାଇବା ନାଁ’ରେ, ପୋଖରୀ ସଫା କରିବା ନାଁ’ରେ, କୋରୋନା ସମୟରେ ପଶୁ-ପକ୍ଷୀଙ୍କୁ ଖାଦ୍ୟ ଦେବା ହେଉ କିମ୍ବା ସହରରେ ବାଉଁଶ ବାଡ଼ ତିଆରି କରିବାରେ ହେଉ, କୋଟି-କୋଟି ଟଙ୍କାର ହେରଫେରର ତଦନ୍ତ କରା ଯାଉନାହିଁ, ସହରରେ ମଶାଙ୍କ ପାଦୁର୍ଭାଵ ନ’କହିଲେ ଭଲ, ଗେଟ ବଜାର ଓଭର ବ୍ରିଜର ସ୍ୱପ୍ନ, ରିଙ୍ଗ ରୋଡ଼ର ମରୀଚିକା, ସହରରେ ସ୍ୱରେଜ ଡ୍ରେନ୍ ବ୍ୟବସ୍ଥାର କଳ୍ପନା, ଖଲ୍ଲିକୋଟ କଲେଜରେ ଅଧ୍ୟାପକ ମରୁଡ଼ିର ଅବସାନ ଓ ସ୍ଥାନୀୟ ସିଟି ହସ୍ପିଟାଲ, ବଡ଼ ମେଡ଼ିକାଲରେ ଡାକ୍ତର ଯୋଗାଇବାରେ ବିଫଳ ଶାସକ ଦଳର ନେତାମାନେ ମହୋତ୍ସବର ଆଶ୍ରାନେଇ ଲୋକଙ୍କର ନଜର ହଟାଇବାକୁ ଚାହୁଁଛନ୍ତି । ସାମାନ୍ୟ ବର୍ଷା ହେଲେ ସହରକୁ ଡଙ୍ଗାର ଆବଶ୍ୟକତା ପଡୁଛି ସହରର ରାସ୍ତା-ଘାଟ ଅବସ୍ଥା ନ’କହିଲେ ଆହୁରି ଭଲ, ଗଞ୍ଜାମ ଜିଲ୍ଲାର ପ୍ରତିଷ୍ଠିତ କଳାକାର ଓ ଲୋକନୃତ୍ୟକୁ ମଧ୍ୟ ଏହି ମହୋତ୍ସବରେ ସୁଯୋଗ ଦିଆଯାଉ ନାହିଁ । ବାହାର ରାଜ୍ୟରୁ କଳାକାର ମାନଙ୍କୁ ଆଣି କୋଟି-କୋଟି ଟଙ୍କା ଖର୍ଚ୍ଚ କରିବା କାହା ସ୍ୱାର୍ଥରେ ବୋଲି ଶ୍ରୀ ପୀତବାସ ପଣ୍ଡା ପ୍ରଶ୍ନ କରିଛନ୍ତି ।

nis-ad
Leave A Reply

Your email address will not be published.