ସିଳ୍କସିଟି ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ନିତି ମୋହନଙ୍କ ଗୀତରେ ଝୁମିଲେ ଦର୍ଶକ…

ହଜାର ହଜାର ଦର୍ଶକଙ୍କୁ ସଙ୍ଗୀତର ତାଳେ ତାଳେ ନଚାଇଲେ ନିତି ମୋହନ…

ବ୍ରହ୍ମପୁର :,୧୪/୧/୨୩:ବ୍ରହ୍ମପୁର ସିଲ୍କସିଟି ମହୋତ୍ସବ ଆଜି ଦ୍ଵିତୀୟ ସନ୍ଧ୍ୟା। ପ୍ରଥମ ସନ୍ଧ୍ୟାରେ ମହୋତ୍ସବସ୍ଥଳ ମୁଣ୍ଡମୟ ଥିବା ବେଳେ ଦ୍ବିତୀୟ ଦିନ ସନ୍ଧ୍ୟାରେ ଦର୍ଶକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି । ଆଜିର ଏହି ସଂସ୍କୃତିକ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ର ନୁପୁର ଡେନ୍ସ ଗ୍ରୁପ ତରଫରୁ ଓଡ଼ିଶୀ ନୃତ୍ୟ, ବ୍ରହ୍ମପୁର ଜାଗୃତି ଅନୁଷ୍ଠାନ ତରଫରୁ ମୋଡେନ ଡେନ୍ସ ଦର୍ଶକ ମାନଙ୍କୁ ଆକର୍ଷିତ କରିଥଲା ଡେନ୍ସ ର ତାଳେ ତାଳେ ଝୁମି ଥିଲେ ଦର୍ଶକ, ଅରିୟାନ ଡେନ୍ସ ଏକାଡେମୀ ତରଫରୁ ସମ୍ବଲପୁରୀ, ରକ ଷ୍ଟାର ଡେନ୍ସ ଏକେଡ଼ମୀ ତରଫରୁ ହିପପ ଡେନ୍ସ, ଓ ଟ୍ୱିଙ୍କିଲ ଏକାଡେମୀ ରୁ ଫେସନ ଶୋ କରାଯାଇଥିଲା l ମହୋତ୍ସବକୁ ଆହୁରୀ ରୋମାଞ୍ଚକର ସ୍ଥିତିକୁ ନେଇଛି ସିନେ ତାରକାଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଜିର ଏହି କାର୍ଯ୍ୟକ୍ରମ ରେ ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଓଡ଼ିଶା ଯୋଜନା ବୋର୍ଡ଼ ସଦସ୍ୟ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାସ ବେହେରା,ମେୟର ସଂଘମିତ୍ରା ଦଳେଇ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ପ୍ରମୁଖ ମଞ୍ଚାସୀନ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଜୁ ଉନ୍ନୟନ ଅଧକ୍ଷ ସୁବାସ ମହାରଣା, ଡେ଼ପୁଟି ମେୟର ଇ ବିବେକ ରେଡ୍ଡୀ,କମିଶନର ଜେ ସୋନାଲ,

ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁରରେ ଏଭଳି ମୋହତ୍ସବ ଚାଲିଛି । ପ୍ରଶାସନ ଓ ପ୍ରତିନିଧିଙ୍କର ସବୁଦିନ ପାଇଁ ଏଭଳି ଉଦ୍ୟମ ଜାରି ରହୁ । ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବରେ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟରେ ଗୁରୁତ୍ବ ଦେଇଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ ସବୁଥିରେ ଦୂତ ଉନ୍ନତି ହେଉଛି । ଓଡ଼ିଶା ଆହୁରି ଆଗକୁ ଯିବାକୁ ହେଲେ ସମସ୍ତେ ଏକାଠି ହେବାକୁ ଛତ୍ରପୁର ବିଧାୟକ ସୁବାସ ବେହେରା ଆହ୍ବାନ ଦେଇଥିଲେ । ଶେଷରେ ଡେ଼ପୁଟି ମେୟର ଇ.ବିବେକ ରେଡ଼ି ପବିତ୍ର ମକର ସଂକ୍ରାନ୍ତିର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟପଟେ ପୁସ୍ତକ ମେଳା ଓ ବିଭିନ୍ନ ଷ୍ଟଲରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଆଜିର ସନ୍ଧ୍ୟାରେ ଗାୟିକା ଗୀତା ମାଧୁରୀଙ୍କ ତେଲୁଗୁ ଗୀତରେ ମହୋତ୍ସବ ମାହୋଲ କୁ ବେଶ ଆକର୍ଷିତ କରିଦେଇ ଥିଲା।,ମାନୋ,ସ୍ନିତି ମିଶ୍ର ,ଋତୁରାଜ ଚଲଛାଂୟା,ଚଲଛାଂୟା, କୋଇ କହେ କେହେତା ରହେ ହମ କୋ ଜମାନ, ନିତିମୋହନ ବନ୍ଦେ ଉତ୍କଳ ଜନନୀ, ରଙ୍ଗବତୀ ରଙ୍ଗବତୀ ,ଜିଆ, ଜିଆରେ ବିଭିନ୍ନଗ ଗୀତରେ ଦର୍ଶକଙ୍କୁ ଝୁମିବାକୁ ବାଧ୍ୟ କରିଥଲା l ସତରେ ଆଜିର ଏହି ମନୋରଞ୍ଜନ କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ଥିଲେ ନୀତି ମୋହନ ଯାହାକି ସେ କରିଦେଖାଇ ଥିଲେ, ଶେଷରେ ସମସ୍ତ ନିମନ୍ତ୍ରିତ କଳାକାର ବ୍ରହ୍ମପୁର ବାସୀ ଓ ବ୍ରହ୍ମପୁର ମହାନଗର ନିଗମ କୁ ସାଧୁ ବାଦ ଜଣାଇ ଥିଲେ

nis-ad
Leave A Reply

Your email address will not be published.