ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଛାତ୍ରୀ ମୃତ୍ୟୁକୁ ନେଇ ହେବାକୁ ଥିବା ଆନ୍ଦୋଳନ ସ୍ତଗିତ ରହିଲା…

ଦାରିଙ୍ଗବାଡି, ୧୪/ ୦୧, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ଉଲ୍ଲିପଦର ବାଳିକା ଉଚ୍ଚବିଦ୍ୟାଳୟର ୧୦ମ ଶ୍ରେଣୀରେ ପଢ଼ୁଥିବା ସୁନେଲି ମାଝୀଙ୍କ ଗତ ୧୧ ତାରିଖରେ ହୋଇ ଥିବା ମୃତ୍ୟୁ ଘଟଣାରେ ଜନ ଆନ୍ଦୋଳନ ତେଜିଥିଲା । ଅଞ୍ଚଳ ବାସୀଙ୍କ ଦାବୀ ଥିଲା ବିଦ୍ୟାଳୟ ଦାୟିତ୍ୱରେ ଥିବା ଉଚ୍ଚ କତୃପକ୍ଷଙ୍କ ବଦଳି ଓ ମୃତ୍ୟୁ ଝିଅର ପରିବାର ସଦସ୍ୟଙ୍କୁ କ୍ଷେତି ପୂରଣ ଦୁଇ ଲକ୍ଷ ଟଙ୍କା ଦିଆଯାଉ । ଏହି ଦାବି ପୂରଣ ନେଇ ଅଞ୍ଚଳବାସୀ ଗୁମାଣ୍ଡି ଗ୍ରାମରେ ଆଜି ଏକତ୍ରିତ ହୋଇ ଆନ୍ଦୋଳନକୁ ଓହ୍ଲାଇବା ନେଇ ପ୍ରସ୍ତୁତି ହୋଇ ଥିଲେ । ହେଲେ ଝିଞ୍ଜିରିଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତି ଚାନ୍ଦିନୀ ପ୍ରଧାନ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉ ଥିବା ଗୁମାଣ୍ଡି ଗ୍ରାମରେ ପହଞ୍ଚି ଲୋକ ମାନଙ୍କୁ ଆନ୍ଦୋଳନରୁ ଓହରି ଯିବାକୁ ବୁଝାଇ ଥିଲେ । ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ମଙ୍ଗଳ ଅଧିକାରୀ ଫୋନ ଯୋଗେ ଦେଇ ଥିବା ପ୍ରତିଶ୍ରୁତି ସମ୍ପର୍କରେ ବୁଝାଇ କହିଥିଲେ । ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଧାନ ଶିକ୍ଷକଙ୍କୁ ବଦଳି ଓ ଦୁଇ ଲକ୍ଷ ଟଙ୍କା କ୍ଷତି ପୂରଣର ପ୍ରତିଶ୍ରୁତି ଦେଇ ଥିବା ବୁଝାଇ କହିଥିଲେ । ଏହି ପ୍ରତିଶ୍ରୁତିରେ ଏକତ୍ର ହୋଇ ଥିବା ଅନ୍ଦୋଳନକାରୀ ଏକ ମତ ହୋଇ ଆନ୍ଦୋଳନରୁ ଓହରି ଯାଇଛନ୍ତି। ହେଲେ ଏହି ପ୍ରତିଶ୍ରୁତିରେ ଜିଲ୍ଲା ପ୍ରଶାସନ ଖିଲାପ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଅଞ୍ଚଳବାସୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.