ବି.ଆର୍.ଆମ୍ବେଦକର ଜାତୀୟ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି : ୧୪/୦୧ ଦାରିଙ୍ଗବାଡ଼ି ବି.ଆର୍.ଆମ୍ବେଦକର ଜାତୀୟ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆତ୍ମରକ୍ଷା କୋଶଳ ତାଲିମା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ.ପ୍ରତାପ କୁମାର ବେହେରା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ସଂଯୋଜିକା ଶ୍ରୀମତୀ ସସ୍ମିତା ସାମନ୍ତଙ୍କ ସହିତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସାତ ଦିନଧରି ଚାଲିବା ନେଇ ସମସ୍ତ ପ୍ରସ୍ତୁତି ହୋଇ ଗତକାଲି ଏହି କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ ହୋଇ ଚାଲିଥିବା ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଏହି ଆତ୍ମରକ୍ଷା କୌଶଳ ତାଲିମା ତାଲିମ ବିଦ୍ୟାଳୟର ମାଷ୍ଟର ତାଲିମ ପାଇଥିବା ଛାତ୍ରୀ ଲେନି ଦିଗାଲ ଓ ବନିତା ପ୍ରଧାନ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୋଶଳ ଶିକ୍ଷା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ଫଳରେ ଛାତ୍ରୀ ନିଜକୁ ସୁରକ୍ଷା ଦେବା ସହିତ ଅନ୍ୟ ମାନଙ୍କର ସୁରକ୍ଷା କରିବାରେ ମଧ୍ୟ ସକ୍ଷମ ହେବେ ବୋଲି ଆଶା ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.