ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ସତୀଗୁଡା ଜଳଭଣ୍ଡାରରେ ଚିତାକର୍ଷକ ନୌକା ପ୍ରତିଯୋଗିତା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ପ୍ରତିବର୍ଷ ବଳି ଚଳିତ ବର୍ଷ ସତିଗୁଡା ଜଳଭଣ୍ଡାରରେ ମତ୍ସ୍ୟଜୀବି ମାନଙ୍କୁ ନେଇ ନୌକା ଚାଳନା ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗିତାକୁ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ୱାହୀ ଅଧିକାରୀ ରତ୍ନାକର ସାହୁ ସବୁଜ ପତାକା ଦେଖାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ପ୍ରତିଯୋଗିତାରେ ଜଳଭଣ୍ଡାର ଚତୁଃପାଶ୍ୱର୍ରେ ଥିବା ସତିଗୁଡା ପ୍ରାଥମିକ ମତ୍ସ୍ୟଜୀବି ସମବାୟ ସମିତିର ଅଧିନରେ ଥିବା ସିନ୍ଧ୍ରିମାଳ, ଭିମାରାଙ୍ଗିଣି, ମୁନୁସା, ସିମାଗୁଡି, ଏମ୍‌.ଭି. ୧୧୧, ସୋରିଷମାଳ, ଚମ୍ପାଖାରୀ, ସର୍ଗିଗୁଡା, କରସ୍ତାଗୁଡା, ଏମ୍‌.ଭି. ୧୧୧ (ବି) ୧୦ଟି ଗ୍ରାମର ମତ୍ସ୍ୟଜୀବି ମାନେ ନିଜର ପାରମ୍ପରିକ ଦେଶୀ ଡଙ୍ଗା ସହ ପ୍ରତି ଡଙ୍ଗାରେ ଚାରିଜଣ ପ୍ରତି ଯୋଗୀ ଏହି ପ୍ରତି ଯୋଗିତାରେ ଅଂଶଗ୍ରହଣ କରିଥିଲ । ଜଳଭଣ୍ଡାର ମଧ୍ୟରେ ୫୦୦ ମିଟର ଲମ୍ବା ଏବଂ ୧୫୦ ମିଟର ଚଉଡା ମଧ୍ୟରେ ଜଳଭଣ୍ଡାରରେ ବେଲୁନ, ସୋଲ ସାହାଯ୍ୟରେ ପ୍ରତି ଯୋଗିତା ଅଂଚଳ ଚିହ୍ନଟ କରାଯାଇଥିଲ । ଏହି ପ୍ରତି ଯୋଗିତାରେ ଏମ୍‌.ଭି. ୧୧୧ର ୧ ନମ୍ବର ନୌକା ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଲେ ସୋରିଷମାଳର ୩ ନଂ. ନୌକା ଦ୍ୱିତୀୟ ସ୍ଥାନ ଓ ସିନ୍ଧ୍ରିମାଳର ୮ ନଂ ନୌକା ତୃତୀୟ ଅଧିକାର କରିଥିଲୋ ପରେ ପରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ୧୦ଟି ଗ୍ରାମର ପ୍ରତିଯୋଗୀଙ୍କ ସହ ଗ୍ରାମବାସୀ ଓ ହଜାରରୁ ଉର୍ଧ ଦର୍ଶକଙ୍କ ସହ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ସମନ୍ୱିତ ଆଦିବାସୀ ଉନ୍‌ୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଧୃବ ଚରଣ ମୁଦୁଲି, ଜିଲ୍ଲା ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡ, ଜିଲ୍ଲା ଅଗ୍ନିଶମ ଅଧିକାରୀ କମଲ କୁମାର ଗୌଡ, ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଅତିରିକ୍ତ ପ୍ରକଳ୍ପ ନେର୍ଦଶକ ଡିଆରଡିଏ ମାନସ ମିଶ୍ର, ବନାଂଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଶୋଇ, ମାଲକାନଗିରି ବ୍ଲକ ଅଧ୍ୟ କ୍ଷା ଗୌରୀ ପଡିଆମିଙ୍କ ସହ ଅନ୍ୟାନ୍ୟ ବିଭାଗର ପଦାଧିକାରୀ, ବନ ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲୋ ୨୦୦୮ ବର୍ଷରୁ ମାଲ୍ୟବନ୍ତ ମହୋତ୍ସବ ଉପଲ କ୍ଷେ ଏହି ନୌକା ପ୍ରତି ଯୋଗିତା ମୁଖ୍ୟ ଆକର୍ଷଣ ହୋଇଥିଲା ବେଳେ ମତ୍ସ୍ୟଜୀବିଙ୍କୁ ଉତ୍ସାହିତ କରିବା ପୁରସ୍କୃତ କରିବା ଏହାର ଲକ୍ଷ୍ୟ ବୋଲି ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲୋ ତେବେ ବିଜୟୀ ଦଳକୁ ମାଲ୍ୟବନ୍ତ ମହୋତ୍ସବ ଦିନ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ମାନପତ୍ର ପ୍ରଦାନ କରା ଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ ଘୋଷଣା କରିଥିଲୋ ଏହି କା ର୍ଯ୍ୟକ୍ରମକୁ ନୌକା ପରିଚାଳନା କମିଟି ର ଆବାହକ ଅବସରପ୍ରାପ୍ତ ବନପାଳ ଦୁଯ୍ୟୋଧନ ପାତ୍ର, ବନପାଳ ରମେଶ ଚନ୍ଦ୍ର ରାଉତ, ଦେବାଶିଷ ପ୍ରଧାନ ପରଚାଳନା କରିଥିଲେ ।

nis-ad
Leave A Reply

Your email address will not be published.