ଜାତୀୟ ଯୁବ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ଥାନୀୟ ଏଜେ ଓ ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି l ଅନୁଷ୍ଠିତ କାର୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ଫୁଲବାଣୀ ମ୍ୟୁନିସିପାଲଟିର ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆଇନିଜିବୀ ବିଜୟ କୃଷ୍ଣ ପଟ୍ଟନାୟକ , ଏ ଜେ ଓ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନ,ଶିକ୍ଷକ ଯୁଧିଷ୍ଟିର ମହାନ୍ତି,କୋଲ୍ଲଳି ନି ଆଚାର୍ଯ୍ୟ, ମନୋରଞ୍ଜନ ପାଢ଼ୀ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇ ଥିଲେ l ଏହି ଦିବସ ଉପଲକ୍ଷେ ଜିଲ୍ଲା ରକ୍ତ ଭଣ୍ଡାର ଫୁଲବାଣୀ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ କାର୍ଯ୍ଯକ୍ରମକୁ ପାଞ୍ଚ ସହ ଜଣ ଛାତ୍ର ଛାତ୍ରୀ ଓ ଯୁବକ ସଂଘ ର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l ଯୁବ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୂଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରି ଥିଲେ l ଏହି ଦିବସର ଯୁବ ଭାଇ ଓ ଭଉଣୀ ମାନଙ୍କୁ କର୍ଣ୍ଣାଟକ ର ହୁବୁଲି ଠାରେ ଚାଲି ଥିବା ୨୬ ତମ ଜାତୀୟ ଯୁବ ଉତ୍ସବର ଲାଇଭ ଟେଲିକlଷ୍ଟ ଦେଖି ଥିଲେ l ଏହି କାର୍ଯ୍ଯକ୍ରମକୁ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭ ଉଦ୍ଘାଟନ କରିଥିଲେ l କୁଇଜ୍ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଏହି ଜାତୀୟ ଯୁବ ଦିବସ ଓ ସପ୍ତାହ ୧୯ ଜାନୁଆରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ବୋଲି ନେହେରୁ ଯୁବ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି l ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟ ବାନ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ଚନ୍ଦ୍ରମଣି ଦେହୁରୀ ଧନ୍ୟ ବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l

nis-ad
Leave A Reply

Your email address will not be published.