ଜିଲ୍ଳାସ୍ତରୀୟ ସ୍ୱାବଲମ୍ବୀ ସାଥି କାର୍ଯ୍ୟକ୍ରମ ଉଦଘାଟିତ

ମାଲକାନଗିରି : ମାଲକାନଗିରି ବ୍ଲକର ତଣ୍ଡlପାଲି ଗ୍ରାମ ପଂଚାୟତ ସଭାଗୃହରେ ଜିଲ୍ଳାସ୍ତରୀୟ ସ୍ୱାବଲମ୍ବନ ସାଥି କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି | ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀ ସଭାପତିତ୍ୱ କରିଥିବାବେଳେ ଜୀବିକା ମିଶନ ର ଜିଲ୍ଳା ନିର୍ବାହୀ ଅଧିକାରୀ ଶ୍ରୀ ପବିତ୍ର ମୋହନ ବାରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଆଗାମୀ୩ ମାସ ମଧ୍ୟରେ ୧୦୦୦ମହିଳାଙ୍କୁ ଡିଜିଟାଲ ଏବଂ ଆର୍ଥିକ କ୍ଷେତ୍ରରେ ସାକ୍ଷର କରାଯିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ । ଗୋରାଖୁଣ୍ଟା ଏବଂ ତଣ୍ଡାପାଲି ଗ୍ରାମ ପଂଚାୟତର ମୋଟ ୧୦୦୦ ମହିଳାଙ୍କୁ ସାକ୍ଷର କରିବାକୁ ଥିବାବେଳେ ୧୦ଜଣ ସାଥି ଏଥିରେ ନିୟୋଜିତ ହେବେ ଏବଂ ପ୍ରତ୍ୟେକ ସାଥି ୧୦୦ ଜଣଙ୍କର ଦାୟିତ୍ୱ ନେବେ ବୋଲି ଜଣାପଡିଛି । ଏସ ଆଇ ଡି ବି ଆଇ ଏବଂ ଭାରତ ଜ୍ଞାନ ବିଜ୍ଞାନ ସମିତି ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଓଡ଼ିଶାର ୧୦ ଟି ଆକାଂକ୍ଷା ଜିଲ୍ଳା ମଧ୍ୟରୁ ମାଲକାନଗିରି ଅନ୍ୟତମ । ପ୍ରତ୍ୟେକ ଜିଲାରେ ୧୦୦୦ ଲେଖାଏଁ ମୋଟ ୧୦୦୦୦ ମହିଳାଙ୍କୁ ସାକ୍ଷର କରିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତିବ। ଏହି କାର୍ଯ୍ୟକ୍ରମରେ ଶ୍ରୀ ବାରା ଯୋଗଦେଇ ମହିଳାଙ୍କୁ ଏହି ସୁଯୋଗର ସମ୍ପୂର୍ଣ ଫାଇଦା ନେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତାଣ୍ଡପାଲି ସରପଞ୍ଚ ନମିତା ମାଡକାମୀ , ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ର ଶାଖା ପରିଚାଳକ ଅନିଲ କୁମାର ସାହୁ , ଜୀବିକା ମିଶନ ର ବ୍ଲକ ସଂଯୋଜକ ପ୍ରତାପ କୁମାର ନାୟକ , ଗୋରାଖୁଣ୍ଟା ପଂଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀ ଏରା ପଡିଆମି, ତଣ୍ଡାପାଲି ପଂଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ନନ୍ଦ କିଶୋର ଅଜମିରା ଙ୍କ ସମେତ ଗୋରାଖୁଣ୍ଟା ଏବଂ ତଣ୍ଡପାଲି ପଂଚାୟତର ପ୍ରାୟ ୧୦୦ରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.