ଆଞ୍ଚଳିକ କୃଷି ମହୋତ୍ସବ ଏବଂ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା…

ବ୍ରହ୍ମପୁର : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ ଠାରେ ଉଦ୍‌ଘାଟିତ ହେଲା ଆଚଂଳିକ କୃଷି ମହୋତ୍ସବ ଏବଂ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ।
ମୁଖ୍ୟ ଅତିଥି ଭାବେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗଦେଇ ଆନୁଷ୍ଠାନିକ ଭାବେ ମହୋତ୍ସବର ଉଦ୍‌ଘାଟନ କରିଥିଲେ । ଆମ ରାଜ୍ୟ ଓ ଗଂଜାମ ଜିଲ୍ଲା ହେଉଛି କୃଷି ପ୍ରଧାନ ଅଚଂଳ । କିଭଳି ଅତ୍ୟାଧିୁନିକ କୃଷି ପ୍ରଣାଳୀ ଏବଂ କୃଷି ଯନ୍ତ୍ରପାତି ଦ୍ୱାରା କୃଷକ ମାନେ ଅଧିକ ଫସଲ ଅମଳ କରିପାରିବେ ଏବଂ ସଶକ୍ତିକରଣ ହୋଇପାରିବେ ସେଥି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉଛନ୍ତି । ବିଭିନ୍ନ କୃଷି ଯୋଜନା ମାଧ୍ୟମରେ ସାଧାରଣ ଜନତା କୃଷକ, ଉଦ୍ୟାନ କୃଷି, ଆଦିଙ୍କୁ ରିହାତି ପ୍ରଦାନ କରି ଅଧିକ କୃଷି ଜାତ ଦ୍ରବ୍ୟ ଉତ୍ପାଦନ ପାଇଁ ସରକାର ପ୍ରତ୍ସୋହନ ଦେଉଛନ୍ତି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ରାଜ୍ୟ ସରକାର ଶିକ୍ଷିତ ଯୁବକ ମାନଙ୍କୁ ଅଧିକ ପ୍ରତ୍ସୋହନ ଦେଉଛନ୍ତି ଯେଭଳି ସେମାନେ କୃଷି କାର୍ଯ୍ୟରେ ନିୟୋଜିତ ହେବେ ଏବଂ ଅଧିକ ଫସଲ ଅମଲରେ ପ୍ରାଧାନ୍ୟ ଦେବେ । ଗବେଷଣାତ୍ମକ କୃଷିରେ ଯୁବ ପୀଢ଼ି ମାନେ ଆଗ୍ରହ ପ୍ରକାଶ କରିଛନ୍ତି । ପାରଂପରିକ କୃଷି ସହିତ ବିଭିନ୍ନ ଲାଭ ଦାୟକ ଫସଲ ମାନ କରି ଯୁବ ବର୍ଗ ମାନେ ବେଶ୍ ଲାଭଦାୟକ ହେଉଥିବା ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପିଡ଼ିଡ଼ିଆରଡ଼ିଏ ଭି. କୀର୍ତି ୱାସନ, କୃଷି ଯନ୍ତ୍ରପାତି ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ମୁକ୍ତିକାନ୍ତ ମହାପାତ୍ର, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟେଗ ଯୋଜନାର ଜିଲ୍ଲା ମୁଖ୍ୟ ଇଂ. ଆଲୋକ ଦାସ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା କୃଷି ଅଧିକାରୀ ଦିଲ୍ଲିପ ଖୁଟିଂଆ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଗଂଜାମ, ଗଜପତି, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଆଦି ୫ ଟି ଜିଲ୍ଲାର କୃଷକ ମାନେ ଏହି ମହୋତ୍ସବରେ ଭାଗ ନେଇଥିଲେ । ୨୦୦୮ ମସିହାର ନୂତନ ଫସଲ କୃଷି ଯୋଜନା ଅନୁସାରେ ସମାନ ଜମିରେ ଚାଷ କରି ଅଧିକା ଅମଲ କରିବା ପାଇଁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ରାଜ୍ୟର ୨୪ ଟି ବିଭାଗର ମିଳିତ ଆନୁକୂଲ୍ୟରେ ଏହି କୃଷକ ମେଳା ଆୟୋଜିତ ହୋଇଛି ।୧୦୦ଟି ଷ୍ଟଲ ମାଧ୍ୟମରେ କୃଷି ଯନ୍ତ୍ରପାତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀର ବିକ୍ରି ର ବ୍ୟବସ୍ଥା କରାଯାଇଛି। ଯାହାର ଲକ୍ଷ୍ୟ ୧୦ କୋଟି ଟଙ୍କା କୃଷିଯନ୍ତ୍ରପାତି ବିକ୍ରି କରିବା ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯୁବବର୍ଗଙ୍କୁ ଅଧିକା କୃଷି କ୍ଷେତ୍ରରେ ନିୟୋଜିତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଆଲୋଚନା କରାଯିବ । ବିଭିନ୍ନ ଚାଷ ଉପରେ ଚାଷୀଙ୍କୁ ବିଷେଦ ଭାବରେ ସୂଚନା ପ୍ରଦାନ କରାଯିବ ବୋଲି କହିଥିଲେ । ଉନ୍ନତ ମାନର କୃଷି ଯନ୍ତ୍ରପାତିର ପ୍ରଦର୍ଶନ ସହ ବିକ୍ରୟ, ଏଥି ଲାଗି ସରକାରୀ ସହାୟତା ପ୍ରଦାନ, ମହିଳା ସ୍ୱଂୟସହାୟିକା ଗୋଷ୍ଠୀଙ୍କ ନିମନ୍ତେ ବିଷେସ ରହିତା ଏବଂ ବିକ୍ରୟର ବ୍ୟବସ୍ଥା, ନିର୍ଦ୍ଦାରିତ ସରକାରୀ ରିହାତୀରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ତତ୍‌କାଳୀନ ବିକିଂ ବ୍ୟବସ୍ଥା, କୃଷି ଓ ଅନୁସଙ୍ଗିକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକର ପ୍ରଚାର ଏବଂ ପ୍ରସାର, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣ ପ୍ରଦାନ କରିବା ଆଦି ଏହି ମେଳାରେ ସୁଯୋଗ ପ୍ରଦାନ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଅର୍ବସରରେ ବହୁ କୃଷକଙ୍କୁ କାର୍ଯ୍ୟାଦେଶ ସହ ବିଭିନ୍ନ କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ ପ୍ରଦାନ କରାଯାଇଥିଲା । ଏଥି ସହ ଡ଼୍ରନ୍ ମାଧ୍ୟମରେ ବିହନ ଏବଂ ରାସାୟନିକ ସାର ଛିଚଂନ ପାଇଁ ଯନ୍ତ୍ରର ଉଦ୍‌ଘାଟନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.