ସ୍ଵାମୀ ବିବେକାନନ୍ଦଙ୍କ ୧୬୧ ତମ ଜନ୍ମ ଦିବସ ପାଳିତ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ସ୍ବାମୀ ବିବେକାନନ୍ଦଙ୍କ ୧୬୧ ତମ ଜନ୍ମ ଦିବସ ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ଶିଶୁ ବିଦ୍ୟାମନ୍ଦିର ଏକ ସାଂସ୍କୃତିକ ଏବଂ ପରମ୍ପରା ଗତ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଛାତ୍ରଛାତ୍ରୀ ମାନେ ସ୍ଵାମୀ ବିବେକାନନ୍ଦ ଓ ଭାରତ ମାତା ବେଶ ପରିଧାନ ପୂର୍ବକ ତାଙ୍କର ଆଚରଣ ବିଧି ଓ ଆଦର୍ଶ ଗୁଣ ନାଟକୀୟ ଶୈଳୀରେ ପ୍ରଦର୍ଶନ କରାଯାଇଥିଲା l ପ୍ରଧାନ ଆଚାର୍ଯ୍ଯ ଶ୍ରୀ ପାଢୀ ବିଶ୍ବର ବିଭିନ୍ନ ଦେଶକୁ ସ୍ବାମୀଜୀ ଯାଇ ଯେଉଁ ଭଳି ଭାବରେ ଆମ ଭାରତର ସଂସ୍କୃତି ପରମ୍ପରା ଓ ହିନ୍ଧୁ ଧର୍ମକୁ ବିଦେଶରେ ଆଦର କରାଇ ପାରିଥିଲେ ବୋଲି କହିଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଗୁରୁଜୀ, ଗୁରୁମାଙ୍କ ସହ ୮୦୦ ଛାତ୍ରଛାତ୍ରୀ ମିଶି ବିଦ୍ୟାଳୟରୁ ବାହାରି ଭାରତ ମାତା କି ଜୟ ନାରା ଦେଇ ମାଦିକୁନ୍ଦା ଛକରୁ ହାଟପଦା ହୋଇ ସହର ପରିକ୍ରମା କରି ବିଦ୍ୟାଳୟକୁ ପ୍ରତ୍ୟାବର୍ତନ କରିଥିଲେ । ଏଥିରେ ଛାତ୍ର ଛାତ୍ରୀଙ୍କୁ ବହୁତ୍ ଖୁସି ଏବଂ ଉତ୍ସାହ ଥିବାର ଦେଖିବାକୁ ମିଳିଥିଲା ।

nis-ad
Leave A Reply

Your email address will not be published.