ଉପାନ୍ତ ଅଞ୍ଚଳ ଚିତ୍ରକୋଣ୍ଡାବାସୀ ଦେଖୁଛନ୍ତି ହକି ବିଶ୍ୱକପର ଉଦଘାଟନି ଉତ୍ସବ…


ଚିତ୍ରକୋଣ୍ଡା: ଓଡିଶାରେ ଲେଖା ହେଵ ବିଶ୍ଵ କପ୍ ହକି କାହାଣୀର ନୂଆ ଅଧ୍ୟାୟ । ଆଜି ପୁରୁଷ ବିଶ୍ୱକପ ହକି ୨୦୨୩ ଉଦଘାଟନି ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରୁ ସିଧାପ୍ରସାରଣ ହେଉଥିବା ଉତ୍ସବରୁ କେହି ହେଲେ ବାଦ ନ ପଡିବା ନିମନ୍ତେ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡିଶାର ପ୍ରତ୍ୟେକ ବ୍ଲକରେ LED/LCD ମାଧ୍ୟମରେ ବାରବାଟୀ ଷ୍ଟାଡିୟମରୁ ସିଧାପ୍ରସାରଣ ହେଉଥିବା ଉତ୍ସବଟିକୁ ଆଜି ଚିତ୍ରକୋଣ୍ଡା ବ୍ଲକ ସ୍ତରୀୟ ପ୍ରଶାସନ ଦାୟିତ୍ୱ ମୁଖର ହୋଇଛନ୍ତି । ଯଦିଓ ଏହି ବାବଦରେ ଗ୍ରାମସଭା ବାବଦକୁ ସର୍ବମୋଟ ୩୦,୦୦୦/- ଲେଖାଏଁ ଟଙ୍କା ରାଜ୍ୟ ରାଜକୋଷରୁ ବ୍ୟୟ ବରାଦ କରାଗଲା ତଥାପି ପୁରୁଷ ହକି ବିଶ୍ୱକପ ଉଦଘଟନୀ ଉତ୍ସବକୁ ଅତି ଧୂମଧାମରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଚିତ୍ରକୋଣ୍ଡାବାସୀ l ଓଡ଼ିଶାର ବାରବାଟୀ ଷ୍ଟାଡିଅମରେ ହକି ବିଶ୍ୱ କପ ଉଦଘାଟନି ଚାଲିଥିବା ଅବସରରେ ଦେଖିବାକୁ ବାଦ ପଡ଼ି ନାହାନ୍ତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳବାସୀ l ଚିତ୍ରକୋଣ୍ଡାରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ଧୁମ ଧାମ ରେ ଚାଲୁଥିବା ଅବସରରେ ଆଜି ରାତି ସାତଟା ରେ ଚିତ୍ରକୋଣ୍ଡା ବ୍ୟାଙ୍କ ଲାଇନ ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ସ୍ପୋର୍ଟ୍ସ କ୍ଲବର ଭଳି ବଲ ପଡ଼ିଆରେ ପ୍ରଶାସନ ଦ୍ଵାରା ସ୍ୱତନ୍ତ୍ର ଭାବରେ ଟେଣ୍ଡ ମରାଯାଇ ବସିବାକୁ ବ୍ୟବସ୍ଥା କରାଯାଇ ଉପାନ୍ତ ଅଞ୍ଚଳ ବାସି ଏଲଇଡ଼ି ମାଧ୍ୟମରେ ହକି ବିଶ୍ୱ କପ ଉଦଘାଟନି ଦେଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ସମସ୍ତ ଜନସାଧାରଣ ମନ ଭରି ଉପଭୋଗ କରୁଛନ୍ତି l ଏଥିରେ ଚିତ୍ରକୋଣ୍ଡା ବ୍ଲକ ପଞ୍ଚାୟତ ସମତି ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ସରପଞ୍ଚ ହରିମୋହନ ଖିଲ, ସମିତି ସଭ୍ୟ ରାଜ କମଲ ପୁରୋହିତ, ବିଧାୟକ ପ୍ରତିନିଧି ଅମିତ ଅଗ୍ରୱାଲ, ଯୁବ ସମ୍ପାଦକ ଗଣେଷ ଖରା, ଲାଲ ବାହାଦୂର ଶାସ୍ତ୍ରୀ ସ୍ପୋର୍ଟ୍ସ କ୍ଲବ ସଭାପତି ନାରାୟଣ ଦାସ ଓ ବରିଷ୍ଠ କର୍ମି ଦେବେନ୍ଦ୍ର ଦାସଙ୍କ ସହ ପାଖାପାଖି ୫୦୦ରୁ ଉର୍ଦ୍ଧ୍ୱ କର୍ମୀ ଯୁବ ଗୋଷ୍ଠି ଏହି ହକି ବିଶ୍ୱକପ ଉଦଘାଟନି ଉତ୍ସବ ଦେଖି ଆନନ୍ଦିତ ହେଉଛନ୍ତି l

nis-ad
Leave A Reply

Your email address will not be published.