ପୁରୁଷ ହକି ବିଶ୍ୱକପ ପାଇଁ ହିଞ୍ଜିଳିକାଟୁ ରେ ସଚେତନତା ରାଲି…

ହିଞ୍ଜିଳିକାଟୁ ୧୧।୧ : ପୁରୁଷ ହକି ବିଶ୍ଵ କପ୍ ଏଫ୍ ଆଇ ଏଚ ଓଡ଼ିଶା ଆନୁକୂଲ୍ୟରେ ଆଜି ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା କଟକ ର ବାରବାଟି ଷ୍ଟାଡିୟମ୍ ରେ ଅପରାହ୍ନ ତିନିଟାରେ ଉଦଘାଟିତ ହେବ । ଏହି ଉପଲକ୍ଷେ ହିଞ୍ଜିଳିକାଟୁ ପ୍ରଶାସନ ପକ୍ଷରୁ ସରକାରୀ ଓ ବେସରକାରୀ ହିଞ୍ଜିଳିକାଟୁ ମହାବିଦ୍ୟାଳୟ ବିଦ୍ୟାଳୟ ଛାତ୍ରୀ ,ଛାତ୍ର ଓ ଅଧ୍ୟାପକ,ଅଧ୍ୟାପିକା ସହ ପୌରାଞ୍ଚଳର ମିଶନ ଶକ୍ତି ମହିଳା ଓ ସ୍ବଛସାଥି ଙ୍କ ସହ କର୍ମଚାରୀ ମାନେ ହିଞ୍ଜିଳିକାଟୁ ବଈଁଚବଣିଆ ସ୍ଥିତ ଡାକ ବଙ୍ଗଳା ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଜୁପଟ୍ଟନାୟକ ଛକ ଦେଇ ମିନି ଷ୍ଟାଡିୟମ ପରିସରରେ ପହଞ୍ଚିଥିଲେ ।ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ମୁଖ୍ୟମନ୍ତ୍ରୀ ଙ୍କ ଉଦଘାଟନ ଉତ୍ସବ ମହାସମାରୋହରେ ପାଳିତ ହୋଇଥିବା ଦେଖିବାକୁ ଏଲ ଇଡି ଟିଭି ସହ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ଚାରି ଶହ ରୁ ଊର୍ଦ୍ଧ୍ବ ଛାତ୍ରୀ ସାମିଲ ଥିଲେ । ସେମାନେ ଆଈ ଲଭ୍ ହକି, ଦିଲ ମେ ହାଏ ହକି, ଲଙ୍ଗ ଲିଭ୍ ହକି, ହକି ମେରା ଜାନ, ହକି ମେରା ସାନ୍, ହକି ଓଡ଼ିଶା ଲଙ୍ଗ ଲିଭ୍ ଆଦି ସ୍ଲୋଗାନ ଦେଇ ସହର ବାସିଙ୍କୁ ଜାଗୃତ କରିବା ପାଇଁ ଚେଷ୍ଟା କରିଥିଲେ।

ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। । ଏହିକାର୍ଯ୍ୟକ୍ରମ କୁ କ୍ରମରେ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଵିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳିକାଟୁ ବିଜେଡି ନଗର ସଭାପତି ଭୀମସେନ ଵେହେରା, ବରିଷ୍ଠ ବିଜେଡି ନେତା ପ୍ରଦିପ କୁମାର ପଣ୍ଡା, ହିଞ୍ଜିଳିକାଟୁ ପୌରପରିଷଦ ର ସମସ୍ତ କାଉନସିଲର, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର, ହିଞ୍ଜିଳିକାଟୁ ପୌରପରିଷଦ ଯନ୍ତ୍ରୀ ମାନସ ରଞ୍ଜନ ଦାସ, ଯନ୍ତ୍ରୀ ଦିଲିପ କୁମାର ମିଶ୍ର ଙ୍କ ସହ ସମସ୍ତ ପୌରକର୍ମଚାରୀ ଉପସ୍ଥିତ ରହିଥୁଲେ।

nis-ad
Leave A Reply

Your email address will not be published.