ଖୋଲିଲା ଧବଳେଶ୍ୱର ପୀଠ

ଆଠଗଡ଼ : ଭକ୍ତଙ୍କ ପାଇଁ ଖୋଲିଲା ଧବଳେଶ୍ୱର ପୀଠ। ଆଜିଠୁ ଧବଳେଶ୍ୱର ପୀଠକୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି । ଝୁଲା ପୋଲ ବଦଳରେ ଅସ୍ଥାୟୀ ରାସ୍ତା ଦେଇ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ ଭକ୍ତ । ଦିନ ୧୦ ଟାରୁ ବାବା ଧବଳେଶ୍ୱରଙ୍କ ସାଧାରଣ ଦର୍ଶନ ପାଇଁ ଖୋଲିବ ଅସ୍ଥାୟୀ ରାସ୍ତା ।

ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ । ଗୁଜରାଟର ମୋର୍ବୀ ଝୁଲା ପୋଲ ଦୁର୍ଘଟଣା ପରେ ମରାମତି ପାଇଁ ଦୀର୍ଘ ଦୁଇ ମାସ ଧରି ବନ୍ଦ ଥିଲା ଧବଳେଶ୍ୱର ଝୁଲା ପୋଲ । ଦୁର୍ବଳ ଝୁଲାପୋଲ ପାଇଁ ପୀଠରେ ଲାଗୁ ହୋଇଥିଲା ୧୪୪ ଧାରା। ।

nis-ad
Leave A Reply

Your email address will not be published.