ଉଲିପଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀର ମୃତ୍ୟୁ

ଦାରିଙ୍ଗବାଡ଼ି,୧୧/୦୧ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧୀନରେ ଥିବା ଉଲିପଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଆଜି ଘଟି ଯାଇଛି । ଉଲିପଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ହଷ୍ଟେଲରେ ରହି ୧୦ମ ଶ୍ରେଣୀରେ ପଢ଼ୁ ଥିବା ସୁନେଲି ମାଝିଙ୍କର ମୃତ୍ୟ ପ୍ରାୟ ୯ ଘଟିକା ସମୟରେ ଘଟିଥିବା ଖବର ହସ୍ତଗତ ହୋଇଛି । ମୃତ ସୁନେଲି ମାଝୀଙ୍କ ନିଜ ଘର ଝିଞ୍ଜିରିଗୁଡ଼ା ପଞ୍ଚାୟତର ଗୁମାଣ୍ଡି ଗ୍ରାମ ଅଟେ । ବାପାଙ୍କ ନାମ ବଡ଼ କୁଟିଶା ମାଝୀ ଓ ମାଁ ଙ୍କ ନାମ ଗୁମେଟିମାଙ୍ଗା ମାଝୀ । ପ୍ରକାଶ ଥାଉ କି ଖବର ନେବାରୁ ଜଣା ପଡ଼ିଛି ଯେ ସମବାର ଜ୍ବର ହୋଇ ଗଡ଼ ହାତ ବିନ୍ଧିଥିଲା । ସ୍ବାସ୍ଥ୍ୟ ଅସୁସ୍ଥ ଥିବା ଖବର ଜାଣି ପାରି ଦାୟିତ୍ୱରେ ଥିବା ରୋଷେୟା ମାନେ ମଙ୍ଗଳବାର ଦିନ ସ୍ଥାନୀୟ ଡାକ୍ଟରଖାନାକୁ ଚିକିତ୍ସା ପାଇଁ ନେଇଯାଇ ଥିଲେ । ଡାକ୍ଟରଖାନାରେ ଆବଶ୍ୟକୀୟ ଚିକିତ୍ସା କରି ସ୍କୁଲ ହଷ୍ଟେଲକୁ ଫେରାଇ ଆଣିଥିଲେ । ହେଲେ ବୁଧୁବାର ସକାଳେ ସୁନେଲି ମାଝୀ ଅଧିକ ଦୁର୍ବଳ ହୋଇ ପଡ଼ିବାରୁ ଯଥା ଶୀଘ୍ର ଅଟ ଯୋଗେ ଡାକ୍ଟରଖାନାରେ ପହଞ୍ଚାଇ ଥିଲେ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁର ତନାଘନା ଜାରି ରଖି କେସ ନମ୍ୱର୍ ୧/୨୦୨୩ ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡ଼ିଛି । ହେଲେ ଝିଅର ମୃତ୍ୟୁ ନେଇଁ ପରିବାର ସଦସ୍ୟ ଓ ଗ୍ରାମବାସୀ ସନ୍ଦେହ କରୁଥିବା ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.