କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜରଦୋଶଙ୍କ ବ୍ରହ୍ମପୁର ଗସ୍ତ

ବ୍ରହ୍ମପୁର : ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତି ଦର୍ଶନା ଜରଦୋଶ ବ୍ରହ୍ମପୁର ଲୋକସଭା ଗସ୍ତରେ ଆସି ପୂର୍ବାହ୍ନରେ ବ୍ରହ୍ମପୁର ରେଳ ଷ୍ଟେଷନ୍ ଠାରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇ କେନ୍ଦ୍ର ମନ୍ତ୍ରୀ ଶ୍ରୀମତି ଜରଦୋଶଙ୍କୁ ସ୍ୱତନ୍ତ୍ର ସାରକିଟ୍ ହାଉସ୍ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ପ୍ରଥମେ ଜିଲ୍ଲା ପଦାଧିକାରୀ ସମିତି ଓ ମଣ୍ଡଳ ସଭାପତି ମାନଙ୍କ ସହ ସାଙ୍ଗଠନିକ ବୈଠକ କରିଥିଲେ । ତତପରେ ଲୋକସଭା କର୍ କମିଟି ସଦସ୍ୟଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାପରେ ମଧ୍ୟାହ୍ନ ସମୟରେ ଜିଲ୍ଲାର ବିଭିନ୍ନ ମୋର୍ଚ୍ଚାର ସମିତିଙ୍କ ସହ ମିଳିତ ଭାବେ ସାଙ୍ଗଠନିକ ଗତିବିଧି ଓ ସାଙ୍ଗଠନିକ ସୁଦୢଢ଼ତା ନେଇ ଏକ ବୈଠକ ଅନୁଷ୍ଠିତ ହେଇଥିଲା । ମୋଦି ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବୁଥ୍ ସ୍ତରରେ ଉଦ୍ୟମ କରିବାକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀମତି ଜରଦୋଶ ଗୁରୁମନ୍ତ୍ର ଦେଇଛନ୍ତି ।

ପରେ ଜିଲ୍ଲାର ବରିଷ୍ଠ ନେତା ଏବଂ ବ୍ରହ୍ମପୁର କର୍ପୋରେଟର ମାନଙ୍କ ସହ କେନ୍ଦ୍ର ମନ୍ତ୍ରୀ ଶ୍ରୀମତି ଜରଦୋଶ ମଧ୍ୟାହ୍ନ ଭୋଜନ କରିଥିଲେ । ଅପରାହ୍ନରେ ଶ୍ରୀମତି ଜରଦୋଶ ଏକ “ସାମ୍ୱାଦିକ ସମ୍ମିଳନୀକୁ” ସମ୍ୱୋଧନ କରିଥିଲେ । ଏହି ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀମତି ଜରଦୋଶ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ କହିଥିଲେ । କେନ୍ଦ୍ର ସରକାର ଓଡ଼ିଶାକୁ ଅନେକ ଯୋଜନା ମଞ୍ଜୁର କରିଛନ୍ତି । ତେବେ ସେସବୁ ବିଜେଡ଼ି ସରକାର ବାଟବଣା କରି ରାଜ୍ୟ ସରକାରଙ୍କ ନାଁରେ ବିଭ୍ରାନ୍ତି କରୁଥିବା ସେ ସଂଗୀନ ଅଭିଯୋଗ କରିଛନ୍ତି । ଆଜିର ସାମ୍ୱାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଉପ ସଭାପତି ଭୢଗୁ ବକ୍ସିପାତ୍ର, ବ୍ରହ୍ମପୁର ଲୋକସଭା ପ୍ରବାସ ଯୋଜନା ସଂଯୋଜକ ସରୋଜ ସାବତ,ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର,ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରା,ପ୍ରଶାନ୍ତ କର ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା ଉପ ସଭାପତି ତଥା ଜିଲ୍ଲା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ ଏହି ସାମ୍ୱାଦିକ ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ଡ଼ା.ସୁବାଷ ସାହୁ,ମନୋଜ ପଟନାୟକ,ପରେଶ ରଥ,ୱାଇ.ମହୋନ ରାଓ,ବିନୋଦ ମିଶ୍ର,ରାମ କୁମାର ପାତ୍ର,ରଶ୍ମୀରେଖା ମହାପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,ପ୍ରଭାତ କିରଣ ଷଡ଼ଙ୍ଗୀ,ଏନ୍.ରାଜେନ୍ଦ୍ର କୁମାର,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା, ପ୍ରଦୀପ ଶତପଥି,ସୁଶିଳା ମଲ୍ଲିକ, ବନ୍ଦିତା ତ୍ରିପାଠୀ,ଲକ୍ଷ୍ମୀ ଚ଼ରଣ ପଣ୍ଡା,ଭୀମସେନ୍ ବେହେରା, ସୂର୍ଯ୍ୟମଣି ପାତ୍ର,ଛତ୍ରପୁର ଅଧ୍ୟକ୍ଷା ସର୍ମିଷ୍ଠା ପ୍ରଧାନ,ରମ୍ଭା ଏନଏସି ଅଧ୍ୟକ୍ଷ ମାନସ ସ୍ୱାଇଁ,ପାତ୍ରପୁର ବ୍ଲକ୍ ଅଧ୍ୟକ୍ଷା ୱାଇ.ସଞ୍ଜୁକ୍ତା,ରାଜ୍ୟ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ରାଜ୍ୟ କୢଷକ ମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ,ରାଜ୍ୟ ଅନୁସୂଚିତଜାତି ମୋର୍ଚ୍ଚା ସମ୍ପାଦକ କିର୍ତ୍ତନ ଦାଶ,ବରିଷ୍ଠ ନେତା କାମନା ପାଢ଼ୀ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ୱତୀ,ଜିଲ୍ଲା କୢଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମହୋନ ପାତ୍ର,ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଧନୁ ସବର,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପରେ ସେଠାରୁ କୁକୁଡ଼ାଖଣ୍ଡି ଗସ୍ତରେ ଯାଇ ଡ଼ାକବଙ୍ଗଳାରେ ବୁଥ୍ ନଂ ୯୨ରେ ଭୋଟର ତାଲିକା ପୢଷ୍ଠା (ପାନା) କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରୁ ବ୍ରହ୍ମପୁର ୱାର୍ଡ଼ ନଂ ୩ରେ ଥିବା ବୁଣାକାରଙ୍କ ସହ ସାକ୍ଷାତ କରି ଆଲୋଚନା କରିବା ସହ ବୁଣାକାର ମାନଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଉନ୍ନତ ବୈଷୟିକ ଙ୍ଗ୍ୟାନ କୌଶଳ,ନୂଆ ଡିଜାଇନକୁ ଗୁରୁତ୍ୱ ଦେଇ ଆସୁଥିବା ବିଭିନ୍ନ ଯୋଜନାରୁ ଲାଭ ଉଠେଇବା ପାଇଁ କେନ୍ଦ୍ର ମନ୍ତ୍ରୀ ବିଭିନ୍ନ ଯୋଜନା ସମ୍ବନ୍ଧରେ ବୁଝେଇବା ସହ ପରାମର୍ଶ ଦେଇଥିଲେ । ପରେ ସଂଧ୍ୟାରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଁ ବୁଢ଼ୀ ଠାକୁରାଣୀ ମନ୍ଦିର ପରିଦର୍ଶନ କରି ସେଠାରୁ ଗୋଷାଣୀନୂଆଗାଁ ସ୍ଥିତ ସଂଘ କାର୍ଯ୍ୟାଳୟକୁ ଯାଇ ବିଚାର ପରିବାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.