ଜନଜାତି ବିକାଶ ନିମନ୍ତେ ସାଂସଦଙ୍କୁ ୧୦ ଦଫା ଦାବୀ ପତ୍ର ପ୍ରଦାନ…

କନ୍ଧମାଳ : ପ୍ରେମାନନ୍ଦ ମାଝୀଙ୍କ ନେତୃତ୍ଵରେ ୧୦ ଦଫା ଦାବୀ ନେଇ ଏକ ଆବେଦନ ପତ୍ର କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପ୍ରଦାନ କରିଛନ୍ତି l ଯାହା ଲିଖିତ ରହିଛି ଓଡ଼ିଶା ଜନଜାତି କନ୍ଧଗଉଡ଼ ସଂପ୍ରଦାୟ କନ୍ଧମାଳ, ବଉଦ, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼, ନବରଙ୍ଗପୁର, ବଲାଙ୍ଗିର, ବରଗଡ଼, ଯାଜପୁର, ସମ୍ବଲପୁର, ମୟୁରଭଞ୍ଜ, କେଉଁଝର, ମାଲକାନ୍‌ଗିରି ୧୩ ଜିଲ୍ଲାରେ ମଧ୍ୟରେ ଓଡ଼ିଶାରେ ଅନୁସୂଚିତ ଜନଜାତିଙ୍କ ଜନସଂଖ୍ୟା ପ୍ରୋଫାଇଲ ୧୯୫ ପୃଷ୍ଟା DEMOGRAPHIC SCHEDULED TRIBES(1961-2011) ଭାବରେ ପ୍ରମାଣିତ ହୋଇ ଓଡ଼ିଶାରେ ଅବସ୍ଥାପିତ ହୋଇ ଆସୁଅଛୁ ।ଆମ୍ଭମାନଙ୍କର ସଂପ୍ରଦାୟର ଜାତିସଭା ପ୍ରତି ଜିଲ୍ଲାରେ ପୃଥକ ପୃଥକ ଭାବରେ କରିଆସୁଥିଲେ ମଧ୍ଯ ଜାତି ମହାସଭା ରାଜ୍ୟସ୍ତରିୟ ଏକତ୍ର ଭାବେ କରିଆସୁଅଛୁ । ଆମ୍ଭମାନଙ୍କର ବିଭିନ୍ନ ସମସ୍ୟା ରହିଥିବା ଓଡ଼ିଶା ଜନଜାତି କନ୍ଧଗଉଡ଼ ସଂପ୍ରଦାୟ ଆଦିବାସୀ ସଂଗଠିତ ହୋଇ କନ୍ଧଗଉଡ଼ ସମାଜ ସେବା ସମିତି ଫିରିଙ୍ଗିଆ, କନ୍ଧମାଳ ଓଡ଼ିଶା ସମାଜ ପକ୍ଷରୁ କନ୍ଧମାଳ ସଂସାଦ ନିକଟରେ ନିବେଦନ କରିଛନ୍ତି ଯେ ଜନଜାତି କନ୍ଧଗଉଡ଼ ସଂପ୍ରଦାୟର ସମସ୍ୟା ସମାଧାନ ଓ କନ୍ଧଗଉଡ଼ ଆଦିବାସୀଙ୍କ ବିକାଶ ନିମନ୍ତେ ଚେଷ୍ଟା କରିବାକୁ ଯାଇ ମାନ୍ୟବର କନ୍ଧମାଳ ଲୋକସଭା ସାଂସଦ,ଭାରତ ସରକାର ନୂଆଦିଲ୍ଲୀଙ୍କ ନିକଟରେ ଦାବୀ ଉପସ୍ଥାପନା କରିବାକୁ ମଧ୍ଯ ଲିଖିତ ଆକାରରେ ଜଣାଇଛନ୍ତି ।ଏ ନେଇ ବିଭିନ୍ନ ଦାବୀଗୁଡ଼ିକ ପୂରଣ କରିବାକୁ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦନ ହୋଇ ଓଡ଼ିଶା ସରକାରଙ୍କ ଦ୍ବାରା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଏବଂ ସ୍ବତନ୍ତ୍ର ଜନଜାତି କନ୍ଧଗଉଡ଼ ଆଦିବାସୀଙ୍କ ବିକାଶ ଯୋଜନା ତିଆରି କରିବାକୁ ମଧ୍ଯ ନିବେଦନ କରିଛନ୍ତି l
ଜନଜାତି କନ୍ଧଗଉଡ଼ ସଂପ୍ରଦାୟଙ୍କୁ ଜାତି ଭିତ୍ତିକ ଜନଗଣନା କଲାବେଳେ କର୍ମବୃତ୍ତି ଗୋରୁ ଚରାଇବା ପେଷା କରି ଆସୁଥିବା ଦେଖି ସରକାର ଅନେକ ସ୍ଥାନରେ ସଂପ୍ରଦାୟ ମାନଙ୍କର ଜମି ପଟ୍ଟାରେ ଜାତି -ଜାତିକନ୍ଧଗଉଡ଼ ଲେଖିବା ପରିବର୍ତ୍ତେ ଜାତି-ଗଉଡ଼ ଲେଖିବାର ଦେଖା ଯାଇଛି। ଯେଉଁ ମାନେ କି ପ୍ରକୃତରେ ଜନଜାତି କନ୍ଧଗଉଡ଼ ଆଦିବାସୀ ଅଟନ୍ତି । ଯାହାଦ୍ୱାରା କି ଆଜି ଏହି ଆଦିବାସୀମାନେ ନିଜର ଜାତି ମାନ୍ୟତାରୁ ବଞ୍ଚିତ ହୋଇ ଅଣ ଆଦିବାସୀ ଭାବେ ଚଳି ଆସୁଛନ୍ତି। ଆମଜାତି ସମାଜ ପକ୍ଷରୁ ସ୍ବଜାତି ଚିହ୍ନଟ ସତ୍ୟ ପ୍ରମାଣ ଆବେଦନ ସୁପାରିଶ ପତ୍ରକୁ ଅନୁମୋଦନ ଆଧାରିତ କରି ପୁର୍ବ ଜାତିକୁ ସମିକ୍ଷା କରାଯାଇ ଲେଖିଥିବା ଜାତିକୁ ସଂଶୋଧନ କରି ଜମିପଟ୍ଟା ପ୍ରଦାନ କରାଯାଉ lଏହି ଜନଜାତି ସଂପ୍ରଦାୟମାନଙ୍କର ଅଧିକାଂଶ ଭୂମିହିନ ଭାବେ ଦେଖା ଯାଇଛି । କେତେକ ସ୍ଥାନରେ ନାମ ମାତ୍ର ୧୬ ଆର୍ ଭୂମିରହିଅଛି । ସେଥିମଧ୍ୟରେ ବାସ କରିଆସୁଛନ୍ତି। ଗୋଟିଏ ବାପାଙ୍କର ୪ପୁଅ ଭାଗବଣ୍ଟନରେ ୪ଆର୍ ଭୂମିରେ ବସତି ସ୍ଥାପନ କରିଆସୁଛନ୍ତି । କନ୍ଧଗଉଡ଼ ଆଦିବାସୀଙ୍କୁ ଘରବାରୀ ଜମିପଟ୍ଟା ଦେବା ସହିତ ଜଙ୍ଗଲ ଜମି ୪ଏକର ଦିଆଯିଉ l କନ୍ଧଗଉଡ଼ ସଂପ୍ରଦାୟ ଓଡ଼ିଶାର ଏକ ଛୋଟ ଜନଜାତି ଭାବରେ ପ୍ରମାଣ, ଅନ୍ୟ ଜନଜାତି ମାନଙ୍କ ପରି କୌଣସି ଗୋଷ୍ଠିଗତ ଗୃହ ନାହି । ଅତି ଦରିଦ୍ର ସିମାରେଖା ତଳେ ଥିବା ଏହି ଆଦିବାସୀ ମାନଙ୍କ ପାଇଁ ଏକତ୍ରିତ ଜାତି ସଭା କରିବାପାଇଁ ପ୍ରତ୍ୟେକ ଜିଲ୍ଲାରେ ଜନଜାତି ଜନ୍ଧଗଉଡ଼ କଲ୍ୟାଣ ମଣ୍ଡପ ସଭାଗୃହ ପ୍ରଦାନ କରିବା ପାଇଁ ଗୁହାରୀ କରୁଅଛୁ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ,ବନ୍ଧଗଡ଼ ଗ୍ରାମ ପଞ୍ଚାୟତ ମୁଖ୍ୟ କାର୍ଯ୍ୟଳୟ ମଣିପଦର ଗ୍ରାମଠାରେ ଏବଂ ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଳକ,ନୂ.ଆଗାଁ ଗ୍ରାମପଞ୍ଚାୟତ କାଣିପୋଖରୀ ଗ୍ରାମଠାରେ ବୌଦ୍ଧ ଜିଲ୍ଲା,ହରଭଙ୍ଗା ବ୍ଲକ, ପୁରୁଣାକଟକ ରାବିଂକଟା ଗ୍ରାମଠାରେ ସଭାଗୃହ ନିର୍ମାଣ ନିମନ୍ତେ ଅନୁରୋଧ କରିଛନ୍ତି l
ଅଧିକାଂଶ ଜନଜାତି କନ୍ଧଗଉଡ଼ମାନେ ଶିକ୍ଷାଦିଗରେ ଅଶିକ୍ଷିତ ଭାବେ ଦେଖା ଯାଇଛନ୍ତି, କେବଳ ପ୍ରାଥମିକ ସ୍ତରରେ ପାଠପଢ଼ିଥିବା ଜଣାଯାଇଛି । କିଛିମାତ୍ରାରେ ଉଚ୍ଚଶିକ୍ଷିତ ନଥିଲେ ମଧ୍ୟ ସରକାରୀ ଚାକିରୀ ଆଜି ପର୍ଯ୍ୟନ୍ତ କୌଣସି ଏହି ସଂପ୍ରଦାୟ ଲୋକ ପାଇ ନାହାନ୍ତି । କେବଳ ଜନଜାତି କନ୍ଧଗଉଡ଼ ସଂପ୍ରଦାୟ ମାନଙ୍କ ପାଇଁ ଶିକ୍ଷା ଓ ଚାକିରି ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ଆବେଦନ କରିଛନ୍ତି ।
୭୫ବର୍ଷ ଭାରତ ଦେଶ ସ୍ବାଧନ ହୋଇ ଗଣତନ୍ତ୍ର ଶାସନ ଚାଲିଥିଲେ ମଧ୍ୟ ଏହି ଜନଜାତି କନ୍ଧଗଉଡ଼ମାନଙ୍କର କୌଣସି ରାଜନୈତିକ ଦୃଷ୍ଟିରୁ ଗ୍ରାମୱାର୍ଡ଼ମେମ୍ବର ଠାରୁ ଆରମ୍ଭକରି ସରପଞ୍ଚ ସମିତିସଭ୍ଯ, ଚେୟାରମେନ, ଜିଲ୍ଲାପରିଷଦ, ସମନ୍ୱୟ ଆଦିବାସୀ ଅଧକ୍ଷକ କିମ୍ବା ଏମ୍‌ପି, ଏମଏଲଏ ପଦବୀ ଏମାନେଙ୍କ ପାଇଁ ଅନ୍ଧାର କୋଠରୀ ପାଲଟି ଯାଇଛି । ଏହି ସଂପ୍ରଦାୟମାନଙ୍କୁ ଆଗେଇ ନେବାକୁ କିଛି ରାଜନୈତିକ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯିବ ପାଇଁ ଅନୁରୋଧ କରିଛନ୍ତି ।ଓଡ଼ିଶାର ଜନଜାତି କନ୍ଧଗଉଡ଼ ମାନଙ୍କୁ ଅନ୍ୟ କେହି ତଅଁଳାଗଉଡ଼ ମଧ୍ୟ କହିଥାନ୍ତି ଏବଂ ସଂପ୍ରଦାୟ ମଧ୍ୟରେ ଏମାନେ ସମାନ ଜାତି ଅଟନ୍ତି । ତଅଁଳାଗଉଡ଼ ଜମିପଟ୍ଟା ଦ୍ବାରା ଅନେକ ସ୍ଥାନରେ କନ୍ଧଗଉଡ଼ ପ୍ରମାଣ ପତ୍ର ମିଳୁଥିବା ବେଳେ ଏବଂ କେତେକ ଜିଲ୍ଲାରେ ତହସିଲଦାର ପ୍ରଶାସନିକ କର୍ମଚାରୀ ମାନେ ତଅଁଳାଗଉଡ଼ ଉଲ୍ଲେଖଥିବା ଜମିପଟ୍ଟା ଦ୍ବାରା ଜାତି କନ୍ଧଗଉଡ଼ ପ୍ରମାଣ ପତ୍ର ଦେଉନାହାନ୍ତି। ତଅଁଳାଗଉଡ଼ ଜମିପଟ୍ଟା ଦ୍ୱାରା କନ୍ଧଗଉଡ଼ ପ୍ରମାଣପତ୍ର ଦିଆଯିବାକୁ ଉକ୍ତ ଜିଲ୍ଲାପାଇଁ ପ୍ରାର୍ଥନା କରିଛନ୍ତି । ଜନଜାତି କନ୍ଧଗଉଡ଼ ମାନଙ୍କର କର୍ମବୃତ୍ତି ପେଷାଗୋରୁ ଚରାଇବା ଗୋ-ବଂଶ ମାନଙ୍କୁ ଲାଳନପାଳନ କରିବା । ଛେଳି ମେଣ୍ଡା ପାଳନ କରି ଜୀବିକା ନିର୍ବାହ କରି ଆସୁଛନ୍ତି। ପ୍ରାଣୀଧନ ପାଳନ ପାଇଁ ଗୋରୁ ଗୁହାଳ ଏବଂ ଛେଳି ଗୁହାଳ ସହିତରେ ଗୋଷ୍ଠିଗତ ରକ୍ଷଣାବେକ୍ଷଣା ପାଇଁ ସୁବିଧା ନାହିଁ l ଆମ୍ଭମାନଙ୍କର ପାରଂପରିକ ଗୋ-ପାଳନ ଦୃଷ୍ଟିରୁ ମିଳୁଥିବା ଆୟ ବର୍ଷସାରା ସମ୍ଭାଳି ରଖୁନାହିଁ। ଗୋରୁଚରାଳି ଓ ଛେଳିମେଣ୍ଡା ଚରାଳି ମାନଙ୍କୁ ସରକାରୀ ତରଫରୁ ମାସିକ ଆୟ ରୋଜଗାର ୧୦୦୦୦ଟଙ୍କା ଦିଆଯିବାକୁ ଦାବି ହୋଇଛି lଏହିପରି ଦଶଟି ଦାବୀ ନେଇ ଏକ ଲିଖିତ ପତ୍ର ସାଂସଦଙ୍କୁ ଦେଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପସଭାପତି ପ୍ରଦୀପ କୁମାର ନାୟକ, ସମ୍ପାଦକ ବିଭୀଷଣ ନାୟକ, କୋଷାଧକ୍ଷ ନନ୍ଦ କିଶୋର ବେହେରା, ନୟାଗଡ଼ର ରାଜ୍ଯ ଉପଦେଷ୍ଟା ଗୋପୀନାଥ ବେହେରା,ଦଶପଲ୍ଲାର ରାଜ୍ଯ ଉପଦେଷ୍ଟା ତ୍ରିଲୋଚନ ନାୟକ, ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ଭଗବାନ ଭୋଇ, ଘନଶ୍ୟାମ ନାୟକ ପ୍ରମୂଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.