ଶୀତ ମହୋତ୍ସବର ଦ୍ବିତୀୟ ଦିନରେ କବିତା ଆସର…

ଦାରିଙ୍ଗବାଡି,୯/୧ : କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ୫ଦିନିଆ ଶୀତ ମହୋତ୍ସବ ଚାଲିଛି। ମହୋତ୍ସବର ଦ୍ଵିତୀୟ ଦିନ ରବିବାର ପୂର୍ବାହ୍ନରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସେହିପରି ସନ୍ଧ୍ୟା ଅଧିବେଶନରେ ଓଡିଶୀ, କୁଇ ସଙ୍ଗୀତ ଓ କମେଡି ଦର୍ଶକଙ୍କୁ ବାନ୍ଧି ରଖିଥିଲା। ପୂର୍ବାହ୍ନ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବରର ପୂର୍ବତନ ଏମପି ତଥା ବିଶିଷ୍ଠ କବି ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇ ଉଦଘାଟନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ କବିୟତ୍ରୀ ଅପର୍ଣ୍ଣା ମହାନ୍ତି, ଶଶାଙ୍କ ଚୂଡ଼ାମଣୀ, କାଳିନ୍ଦୀ ଚରଣ ନାୟକ, ରବୀନ୍ଦ୍ର ନାଥ ମିଶ୍ର, ଗାଳ୍ପିକ ରବୀନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ବନାନୀ ସାହିତ୍ୟ ପରିଷଦର ସମ୍ପାଦକ ବିଦେଶୀ ନାୟକ ସଭା ପରିଚାଳନା କରିଥିବା ବେଳେ ସଭାପତି ପତିତପାବନ ରାଉତ, ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡ଼ିଓ ଗଦାଧର ପାତ୍ର ଏବଂ କମିଟିର କୋଷଧ୍ୟକ୍ଷ ତଥା ତହସିଲଦାର ଡ. ଅଶୋକ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲାରୁ ପ୍ରାୟ ୮୦ ଜଣ କବି ଓ କବିୟତ୍ରୀ ଯୋଗ ଦେଇଥିଲେ। ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଉଛି।
କବିତା ପାଠ କରିଥିଲେ। ଏଥିରେ ବିଶିଷ୍ଠ କବି ତଥା ମଞ୍ଚ ଅଭିନେତା ଶେଖ ଅବଦୁଲ ଖାଲିକ ସଭାପତିତ୍ଵ କରିଥିଲେ। କବୟିତ୍ରୀ ହରପ୍ରିୟ ମିଶ୍ର, ଜୋସ୍ନା କୁମାରୀ ପ୍ରଧାନ, ସୌଦାମିନୀ ମିଶ୍ର, କଳ୍ପଲତା ସ୍ଵାଇଁ, ସଂଯୁକ୍ତା ଶତପଥୀ ପ୍ରମୁଖ କବିତା ପାଠତ୍ସବ ସଂଯୋଜନା କରିଥିଲେ। ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶୀତ କୁ ନେଇ କବି ସମୂହ ନିଜ କବିତା ପାଠ କରିଥିଲେ । ଖୋର୍ଦ୍ଧା ଜିଲାର ବିଶିଷ୍ଠ କବି ମହମ୍ମଦ ଆଜାଦ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଫୁଲବାଣୀର ଡ. ନୃସିଂହାନନ୍ଦ ମହାପାତ୍ର, ବିଶ୍ଵେଶ୍ଵର ଆଚାର୍ଯ୍ୟ, ତୁଳସୀରାମ ମେହେରଙ୍କ ସମେତ ବହୁ କବି ଓ ଶ୍ରୋତା ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଶୀତ ମହୋତ୍ସବ କମିଟିର ସଭାପତି ସାଲୁଗା ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଟେଲି ଅଭିନେତ୍ରୀ ଏଲିନା, କନ୍ଧମାଳ ଜିଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। କଣ୍ଠଶିଳ୍ପୀ ଜଳନ୍ଧର ବେହେରାଙ୍କ ବେଞ୍ଜାମୁ ମନ ସିଆନାଲା ବୁଡ଼ାଲି’ ଗୀତରେ ଦର୍ଶକମାନେ ଝୁମିଥିଲେ। ସେହିପରି
ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା। ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଡ. ଅଶୋକ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କନ୍ଧମାଳ ଜିଲାପାଳ ଆଶିଷ ଈଶ୍ବର ପାଟିଲ ପରିବାର ସହ ଶୀତ ମହୋତ୍ସବକୁ ଆସି ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ଖୋଲା ଯାଇଥିବା ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ।

nis-ad
Leave A Reply

Your email address will not be published.