ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ନିମଖଣ୍ଡି ଥାନା ଉଦ୍‌ଘାଟିତ…

ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଜିଲ୍ଲାର ସଦର ଥାନା ଭୌଗୋଳିକ ସୀମା ଅଧିକ ରହିଛି। ଏଣୁ ଉକ୍ତ ଥାନା ଅଧୀନରେ ଥିବା ନିମଖଣ୍ଡି ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରିବା ପାଇଁ କିଛିବର୍ଷ ହେଲା ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଥିଲା। ରାଜ୍ୟ ସରକାର ନିମଖଣ୍ଡି ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରିବା ପାଇଁ ବିଗତ ଦିନରେ ଘୋଷଣା କରିଥିଲେ। ଇତିମଧ୍ୟରେ ୪ ମାସ ବିତିଯାଇଛି। ଶେଷରେ ଆଜି ସୋମବାର ଅପରାହ୍ନ ସାଢ଼େ ୪ଟାରେ ନିମଖଣ୍ଡି ଥାନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ କରିଛନ୍ତି, ଉକ୍ତ ଥାନା ଉଦ୍‌ଘାଟନ ସମୟରେ ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଆଇଜି ସତ୍ୟବ୍ରତ ଭୋଇ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ମହାନଗର କମିଶନର, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ଏସ୍‌ପି ଡା. ଶ୍ରବଣା ବିବେକ ଏମ୍‌., ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳାଇ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟପଟେ ଉକ୍ତ ଥାନା ଖାଜାସାହି ନିକଟରେ ଥିବା ପୁରୁଣା ମହିଳା ଥାନାରେ ପ୍ରଥମେ କାର୍ଯ୍ୟକ୍ଷମ ହେବ ବୋଲି ବହ୍ମପୁର ଏସ୍‌ପି ଡା. ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିମଖଣ୍ଡି ଥାନା ଉଦ୍‌ଘାଟନ କରିବା ପରେ ଉକ୍ତ ଥାନାର ଅଧିକାରୀ ଭାବେ ଇନ୍ସପେକ୍ଟର ଭାବନାନନ୍ଦ ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ଉକ୍ତ ନୂତନ ଥାନାରେ ଦୁଇଜଣ ଏସ୍‌ଆଇ ଓ ୨ଜଣ ଏଏସ୍‌ଆଇ ଓ ୮ କନଷ୍ଟେବଲଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ନିମଖଣ୍ଡି ଗ୍ରାମର ଏକ ମନ୍ଦିର ନିକଟରେ ଜାଗା ଚିହ୍ନଟ ହୋଇଥିବା ବେଳେ ସେଠାରେ ନିଜସ୍ବ କୋଠା ଖୁବ୍‌ଶୀଘ୍ର ନିର୍ମାଣ ହେବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି

nis-ad
Leave A Reply

Your email address will not be published.