ସଂସ୍କୃତି ଜ୍ଞାନ ପରୀକ୍ଷା ଦେଲେ ୧୪୮ ଜଣ ଛାତ୍ରଛାତ୍ରୀ…

ବୁଗୁଡ଼ା : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ସଂସ୍କୃତି ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥି ବିଭିନ୍ନ ବିଦ୍ୟାଳୟର ମୋଟ ୧୪୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ଶିଶୁ ବର୍ଗରେ ୬୪ ଜଣ , ବାଲ୍ ବର୍ଗରେ ୪୯ ଜଣ ଓ କିଶୋର ବର୍ଗରେ ୩୫ ଜଣ ପରୀକ୍ଷାର୍ଥୀ ରହିଥିଲେ । ପରୀକ୍ଷା ପ୍ରମୁଖ ଲଡୁ କିଶୋର ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ପରୀକ୍ଷାରେ ଗୁରୁଜୀ ସଞ୍ଜୟ ଷଡଙ୍ଗି, ଗୁରୁମା ମଧୁସ୍ମିତା ଦାଶ, ମମତା ବାରିକ, ସପ୍ନା ପାତ୍ର, ଝିଲ୍ଲୀ ଦାଶ, ହରପ୍ରିୟା ମିଶ୍ର ଓ ସୁମତି ମିଶ୍ର ପ୍ରମୁଖ କକ୍ଷ ନିରୀକ୍ଷକ ଭାବେ ନିଯୋଜିତ ଥିଲେ । ସେହିପରି କରଚୁଲି ସରସ୍ବତୀ ଶିଶୁ ମନ୍ଦିରରେ ମଧ୍ୟ ସଂସ୍କୃତି ଜ୍ଞାନ ପରୀକ୍ଷା ପ୍ରଧାନାଚାର୍ଯ୍ଯ ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।

nis-ad
Leave A Reply

Your email address will not be published.