ପଟ୍ଟା ଜମିରୁ ୩ଟି ଚନ୍ଦନ ଗଛ ଚୋରି, ଥାନାରେ ଅଭିଯୋଗ…

ବୁଗୁଡ଼ା : ବୁଗୁଡ଼ା ବନାଞ୍ଚଳରେ କାଠ ଚୋରଙ୍କ ସକ୍ରିୟତା ଯୋଗୁଁ ଜଙ୍ଗଲରୁ ଅବିଚାରିତ ଭାବେ ବୃକ୍ଷ ଛେଦନ ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ଲୋକଙ୍କ ପଟ୍ଟା ଜମିରେ ଥିବା ମୂଲ୍ଯବାନ ଗଛ ବି କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବାଦ ପଡୁନି । ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବୁଗୁଡ଼ା ଥାନା ଅନ୍ତର୍ଗତ ସୋଲଣ୍ଡି ଗ୍ରାମରେ । ସେହି ଗ୍ରାମର କେଦାର ଗୌର ଜେନାଙ୍କ ପଟ୍ଟା ଜମିରୁ ତିନୋଟି ଚନ୍ଦନ ଗଛ କୌଣସି ଦୁର୍ବୃତ୍ତ କାଟି ନେଇ ଯାଇଥିବା ଅଭିଯୋଗ ବୁଗୁଡ଼ା ଥାନାରେ ହୋଇଛି । ପ୍ରକାଶ ଯେ, ସୋଲଣ୍ଡି ବନ ସୁରକ୍ଷା ସମିତି ସଭାପତି କେଦାର ଗୌର ଜେନାଙ୍କ ପଟ୍ଟା ଜମି (ପ୍ଲଟ ନଂ-୨୫୮୭ ଓ ୨୫୮୮) ରେ ବହୁ ପୂରୁଣା ବଡ ବଡ ତିନୋଟି ଚନ୍ଦନ ଗଛ ରହିଥିଲା । ତେବେ ଗତ ସୋମବାର ରାତିରେ କୌଣସି ଦୁର୍ବୃତ୍ତ ମେସିନରେ କାଟି ସେହି ଗଛ ତିନୋଟିକୁ ଚୋରି କରି ନେଇଯାଇଛି । ଚନ୍ଦନ ଗଛ ଗାଏବ୍ ସମ୍ପର୍କେ ଖୋଳତାଡ଼ କରି ନିରାଶ ହେବା ପରେ କେଦାର ବୁଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.