ବ୍ରହ୍ମପୁର ଓ ଦକ୍ଷିଣ ଓଡ଼ିଶାରେ ରେଲୱେର ବିକାଶ ପାଇଁ ରେଳରାଷ୍ଟ୍ର ମନ୍ତ୍ରୀଙ୍କୁ ଦେଲା ଦାବିପତ୍ର…

ବ୍ରହ୍ମପୁର: ଓଡ଼ିଶା ର ସର୍ବ ପୁରାତନ ପ୍ରମୁଖ ରେଳ ଷ୍ଟେସନ ବ୍ରହ୍ମପୁର ର ବିକାଶ ଓ ଦକ୍ଷିଣ ଓଡ଼ିଶାରେ ରେଲୱେର ବିକାଶର ଦାବିକୁ ରେଲ ବଜେଟରେ ସାମିଲ କରିବା ପାଇଁ ‘ଓଡ଼ିଶା ଡେଭଲପମେଣ୍ଟ ଫୋରମ୍’ କେନ୍ଦ୍ର ରେଳରାଷ୍ଟ୍ର ମନ୍ତ୍ରୀଙ୍କୁ ଦେଲା ଦାବିପତ୍ର।
ଏହି ଦାବିପତ୍ର ରେ ଓଡ଼ିଶା ର ସର୍ବ ପୁରାତନ ବ୍ରହ୍ମପୁର ଷ୍ଟେସନ ବା ବ୍ରହ୍ମପୁର ପାଖରେ ଥିବା ସୋରଳ ବା ଜଗନ୍ନାଥପୁର ରେ ରେଳ ଗାଡି ରହିବା ଓ ଛାଡ଼ିବା ପାଇଁ Washing ଓ ଟର୍ମିନାଲ କଂପ୍ଲେକ୍ସ ର ନିର୍ମାଣ, ୧୦୦ ବର୍ଷ ପୁରୁଣା ଷ୍ଟେସନ କୋଠାର ସର୍ବାଙ୍ଗୀନ ବିକାଶ, ୫-୬ ନମ୍ବର ପ୍ଲାଟଫର୍ମ ର ନିର୍ମାଣ, ଲିଫ୍ଟ, କୋଚ ପୋଜିସନ ଡ଼ିସପ୍ଲେ ବୋର୍ଡ଼, ଆଲୋକ, ପାଣି, ଖାଇବା ର ସୁବ୍ୟବସ୍ଥା, ସବୁ ପ୍ଲାଟଫର୍ମ ରେ ଓ ଷ୍ଟେସନ ବାହାରେ ଶୌଚାଳୟ, ବ୍ରେଷ୍ଟ ଫିଡିଙ୍ଗ ଘର, ବିଶ୍ୱସ୍ତରୀୟ ଷ୍ଟେସନ କୋଠା ସହ ଭୁବନେଶ୍ୱର ରୁ ବ୍ରହ୍ମପୁର, ରାୟଗଡା ଓ ଦକ୍ଷିଣ ଓଡ଼ିଶା ଦେଇ ଗୋଟିଏ ରାଜଧାନୀ ଟ୍ରେନ ନୂଆଦିଲ୍ଲୀ କୁ ଚଳାଇବା ଓ ଲୋକାଲ ଟିକେଟ ବିକ୍ରି ମେସିନ ଶୀଘ୍ର ଖୋଲିବା ପାଇଁ ଦାବି କରାଯାଇ ଥିଲା।

ଏହା ସହ ବହୁ ପ୍ରତିକ୍ଷିତ ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ, ଗୋପାଳପୁର-ରାୟଗଡ଼ା, ଗୋପାଳପୁର-ତାଳଚେର, ଗୋପାଳପୁର-ନୟାଗଡ଼ ଭାୟା ତାରାତାରିଣୀ- ବୁଗୁଡ଼ା, ଗୁଣୁପୁର-ରାୟଗଡ଼ା, ଜୟପୁର-ମାଲକାନଗିରି ଓ ମାଲକାନଗିରି- ନବରଙ୍ଗପୁର ରେଳପଥ ଓ ଶୀତଳlପଲ୍ଲୀ ୱାଗନ କାରଖାନା ପ୍ରତିଷ୍ଠା ର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବା କୁ ଦାବି କରାଯାଇଥିଲା।
ବ୍ରହ୍ମପୁରରୁ ମୁମ୍ବାଇ, ସୁରତ, ଦିଲ୍ଲୀ, ଜୟପୁର, ପୁରୀ ଓ ଅନ୍ୟ ସହରକୁ ପ୍ରତିଦିନ ଏକ୍ସପ୍ରେସ ଟ୍ରେନ ଚଲାଇବା ଏବଂ ଭୁବନେଶ୍ବର ଓ ପୁରୀ ରେ ଅଟକି ଯାଉଥିବା ଅନେକ ଟ୍ରେନ କୁ ବ୍ରହ୍ମପୁର ଯାଏଁ ବଢ଼ାଇବା ପାଇଁ ଅନୁରୋଧ କରାଯାଇ ଥିଲା।

ଏଥତ ବ୍ୟତୀତ ଦକ୍ଷିଣ ଓଡ଼ିଶା ର ଇଷ୍ଟଦେବୀ ମା’ ତାର ତାରିଣୀ କିମ୍ବା ବରପୁତ୍ର ଯଥା ଉପେନ୍ଦ୍ର ଭଞ୍ଜ, କୃଷ୍ଣ ଚନ୍ଦ୍ର ଗଜପତି, ଚକରା ବିଶୋଇ, ଲକ୍ଷ୍ମଣ ନାୟକ ନାଁ ରେ ଦୂରଗାମୀ ରେଳ ଗାଡି ନାମ କରଣ କରିବା ପାଇଁ ଦାବି କରାଯାଇଥିଲା।

ସୁଚନା ଯୋଗ୍ୟ ଅତି ପଛୁଆ ଦକ୍ଷିଣ- ପଶ୍ଚିମ ଓଡ଼ିଶା ର ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ଗତ ୨୦ ବର୍ଷ ହେଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆନ୍ଦୋଳନ କରି ଆସୁଛି। ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ଙ୍କୁ ଅନେକ ଥର ଦାବିପତ୍ର ପ୍ରଦାନ କରି ଅନେକ ଦାବି ହାସଲ କରିଛି। କିନ୍ତୁ ଦକ୍ଷିଣ ଓଡ଼ିଶା ର ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ଅନେକ କାମ କରିବାର ଆବଶ୍ୟକତା ରହିଛି।

ଏହି କାର୍ଯ୍ୟକ୍ରମରେ ଫୋରମ୍ ଉପ ସଭାପତି ଶ୍ରୀମତୀ ବବିତା ପାତ୍ର, ସଚିବ V.ସୋମେଶ୍ୱର ରାଓ, ସହ-ସଚିବ ମାନସ ରଞ୍ଜନ ପାତ୍ର, B ଶଙ୍କର ପାତ୍ର, ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ପ୍ରବୀଣ ପଟ୍ଟନାୟକ, କିରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, ଉପଦେଷ୍ଟା ରମେଶ ଚନ୍ଦ୍ର ସାହୁ ଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.