ସାକ୍ଷୀଗୋପାଳ ନିକଟରେ ଜଳିଗଲା ତୀର୍ଥଯାତ୍ରୀଙ୍କ ବସ୍‌…

ପିପିଲି: ସାକ୍ଷୀଗୋପାଳ ମନ୍ଦିର ନିକଟ ରେ ଏକ ଯାତ୍ରୀ ବାହି ବସ ଆଜି ହୁତୁହୁତୁ ହୋଇ ଜଳିଯାଇଛି l ବସ୍‌ ଟି ଉତ୍ତର ପ୍ରଦେଶରୁ ପ୍ରାୟ ୫୦ ରୁ ଅଧିକ ତୀର୍ଥ ଯାତ୍ରୀଙ୍କୁ ନେଇ ଗଙ୍ଗା ସାଗର ବୁଡକୁ ଆସିଥିଲା l ଉକ୍ତ ତୀର୍ଥଯାତ୍ରୀ ବସ ଟି ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ସମୟ ରେ ହଟାତ ଜଳି ଉଠିଲା l

ଏହି ଘଟଣାରେ କେହି ମୃତାହତ ହୋଇ ନଥିଲେ ମଧ୍ୟ, ଯାତ୍ରୀମାନଙ୍କ ର ସମସ୍ତ ଆସବାବପତ୍ର ଓ ଟଙ୍କା ପଇସା ସବୁ ଜଳି ଯାଇଥିବା ଜଣାପଡ଼ିଛି l ସାକ୍ଷୀଗୋପାଳ ରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ନିଆଁ ଲାଗିବାର କାରଣ ଜଣାପଡିନଥିଲେ ମଧ୍ୟ ଅନୁମାନ କରା ଯାଉଛି ଯେ ଗାଡି ବ୍ଯାଟେରୀରୁ ଏହି ଅଗ୍ନି କାଣ୍ଡ ଘଟିଛି l ଗାଡି ନମ୍ବର UP -75AP –1776 ବୋଲି ଜଣାପଡିଛି l

nis-ad
Leave A Reply

Your email address will not be published.