ଅଟୋକୁ ମୁହାଁମୁହିଁ ପିଟିଲା ପିକ୍‌ ଅପ୍‌ ଭ୍ୟାନ୍‌, ୩ ମୃତ

ମୟୁରଭଞ୍ଜ : ଏକ ଅଟୋ ସହ ପିକ୍‌ଅପ୍‌ ଭ୍ୟାନ୍‌ ର ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇଜଣ ଗୁରୁତର ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାରିପଦା-ଦେଉଳି ରାସ୍ତାର ବାଙ୍କିଶୋଳ ପାଖରେ ଏକ ଯାତ୍ରୀବାହୀ ଅଟୋ ଓ ମାଲବୋଝେଇ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିଲା ।

ଯାହାଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଖବରପାଇ ସଦର ଥାନା ପୁଲିସ ଓ ବାରିପଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଉଦ୍ଧାର କରିଥିଲେ । ଗୁରୁତରଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।

nis-ad
Leave A Reply

Your email address will not be published.