ଗଞ୍ଜାମ ଏସ୍ପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା

ଛତ୍ରପୁର:ଗଞ୍ଜାମ ଜିଲାର ନୂତନ ଏସ୍ପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଯୁବ ଆଇପିଏସ ଅଧିକାରୀ ଜଗମୋହନ ମୀନା । ଯୋଗ ଦେବା ପରେ ତାଙ୍କୁ ବିଭାଗୀୟ ଅଧିକାରୀ ମାନେ ଫୁଲତୋଡା ଦେଇ ସ୍ବାଗତ ଜଣାଇଛନ୍ତି । ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହ ଅପରାଧୀ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଯୋଗ ଦେବା ଅବସରରେ ଏସ୍ପି କହିଛନ୍ତି । ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ଡିଆଇଜି ଭାବେ ବଦଳି ହୋଇଥିବା ବେଳେ ଗତ ଶୁକ୍ରବାର ପୂର୍ବତନ ଏସପିଙ୍କୁ ସ୍ଥାନୀୟ ତାମ୍ପରା ହ୍ରଦ ଠାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଆଜି ପୂର୍ବତନ ଏସପିଙ୍କ ଠାରୁ ନୂତନ ଏସପି ଭାବେ ଜଗମୋହନ ମୀନାଦାୟିତ୍ୱ ଗ୍ରହଣ କରିଥିଲେ । ପୂର୍ବରୁ ସେ ଅନୁଗୁଳ ଏସ୍ପି ଭାବେ କାର୍ଯ୍ୟରତ ଥିଲେ । ଏବଂ ଆଗରୁ ମାଲକାନଗିରି ଭଳି ମାଓ ପ୍ରବଣ ଅଞ୍ଚଳରେ କାର୍ଯ୍ୟ କରିଥିବାରୁ ଗଞ୍ଜାମରେ ଅପରାଧୀ ସମସ୍ୟାକୁ ସେ ଅଧିକ ଦକ୍ଷତାର ସହିତ ମୁକାବିଲା କରି ପାରିବେ ବୋଲି ଆଶା କରାଯାଉଛି ।

nis-ad
Leave A Reply

Your email address will not be published.