ଧାନ କ୍ରୟ ସଂକ୍ରାନ୍ତ ଭାଗଚାଷୀଙ୍କ ବିଭିନ୍ନ ଦାବୀ ନେଇ ଓଡ଼ିଶା କୃଷକ ସଭାପକ୍ଷରୁ ଆନ୍ଦୋଳନ କରାଯିବ…

ବ୍ରହ୍ମପୁର : ଭାଗ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ଓ କୁଇଟାଂଲ୍ ପିଛା ୫ ଶହ ଟଙ୍କା ବୋନସ୍ ପ୍ରଦାନ କରିବା ଓ କାଟ୍ ଛାଟ୍ ନୀତି ବନ୍ଦ କରିବା ଦାବୀରେ ଆଗାମୀ ଦିନରେ ଓଡ଼ିଶା କୃଷକ ସଭା ପକ୍ଷରୁ ଜିଲ୍ଳାବ୍ୟାପି ଆନ୍ଦୋଳନ କରାଯିବ । ଏନେଇ ଆଜି ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି । ଜିଲ୍ଲାରେ ଧାନ ମଣ୍ଡି ଆରମ୍ଭ ହୋଇଥିବା ବେଳେ ପଞ୍ଜିକୃତ ୧ ଲକ୍ଷ ୩୨ ହଜାର ୩୮୬ ଜଣ ଚାଷୀଙ୍କ ଧାନ ୩୬୬ ଜଣ ମିଲର ଧାନ ସଂଗ୍ରହ କରିବାକୁ ନିଷ୍ପତି ନିଆଯାଇଛି । ତେବେ ମିଲ୍ ମାଲିକଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଚାଷୀ ମାନେ ଧାନ ବିକ୍ରି ସମୟରେ ସମସ୍ୟା ସୃଷ୍ଟି ହେଉଛି । ଶୀତ, କାକରରେ ଧାନ ଖଳାରେ ପଡ଼ିରହିଥିବା ବେଳେ ମିଲ୍ ମାଲିକ ମାନେ ଅସାଧୁ ଭାବେ ଧାନ କିଣିବା ବେଳେ କାଟ୍‌ଛାଟ୍ ନୀତି ଆପଣାଉଛନ୍ତି । ଭାଗ ଚାଷୀ ମାନଙ୍କ ଦ୍ୱାରା ଧାନ ବିକ୍ର ି ଉପରେ ବହୁ ଅଙ୍କୁଶ ଲଗାଯାଉଛି । ଜମି ମାଲିକର ପଟାର ନକଲି ଓ ସହମତି ନଥିଲେ ଧାନମଣ୍ଡିରେ ଧାନ ବିକ୍ରି କରାଯାଇପାରିବ ନାହିଁ ବୋଲି ନିଷ୍ପତି ନିଆଯାଇଛି । ଫଳରେ ଭାଗଚାଷୀ ମାନେ କମ୍ ଦରରେ ବେପାରୀ ମାନଙ୍କୁ ନିଜସ୍ୱ ଉତ୍ପାଦନ କରିଥିବା ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ଚାଷୀ ମାନେ ଆର୍ଥିକ ସଂକଟର ଶୀକାର ହେଉଛନ୍ତି । ତେଣୁ ତୁରନ୍ତ ଭାଗ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା, ପରିବହନ ଖର୍ଚ୍ଚ ବହନ କରିବା, ଅଖାର ମୂଲ୍ୟ ପ୍ରଦାନ କରିବା, କୁଇଟାଂଲ ପିଛା ୫ ଶହ ବୋନସ୍ ପ୍ରଦାନ କରିବା, ଧାନ ରଖିବା ନିମନ୍ତେ ସମବାୟ ସମିତି ଓ ମଣ୍ଡିରେ ଗୋଦାମ ଘର ନିର୍ମାଣ କରିବା, ଧାନ କ୍ରୟ ସମୟରେ ୩ କେଜି ରୁ ୭ କେଜି ଧାନ କାଟ୍‌ଛାଟ୍ ନୀତି ବନ୍ଦ କରିବାକୁ ଦାବୀ କରିଛି ଓଡ଼ିଶା କୃଷକ ସଭା । ଯଦି ଏନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ କମିଟି ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର୍ କରାଯିବ ବୋଲି ଓଡ଼ିଶା କୃଷକ ସଭା ରାଜ୍ୟ ସଭାପତି ପି. ହରିକୃଷ୍ଣ ରେଡ଼ି ଚେତାବନୀ ଦେଇଛନ୍ତି । ଏହି ଅବସରରେ ସଂପାଦକ ଅଜୟ କୁମାର ଗୌଡ଼, ରାଜ୍ୟ ବରିଷ୍ଠ କୃଷକ ନେତା ଜଗନ୍ନାଥ ମିଶ୍ର, କୈଳାସ ଷଡ଼ଙ୍ଗି, ଅର୍ଥ ସଂପାଦକ ଗୋପାଳ ପାଣିଗ୍ରାହୀ, ଉପସଭାପତି ବିଜୟ ବିଷୋୟୀ, ସହସଂପାଦକ ଦାସ ଗମାନୀଙ୍କ ସମେତ ବହୁ ନେତା ଓ କର୍ମୀ ବୈଠକରେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.