ପଲପଲ ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ , ଚାଷୀ ହତାଶ, ଲୋକେ ଅତିଷ୍ଠ…

ବୁଗୁଡ଼ା : ତା ୦୫/୦୧/୨୩ : ସଂପ୍ରତି ବୁଗୁଡ଼ା ଅଞ୍ଚଳରେ ମାଙ୍କଡ଼ ପଲର ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳରେ ଚାଷୀମାନଙ୍କ ବିଲରେ ପଲ ପଲ ମାଙ୍କଡ଼ ପଶି ମୁଗ ଓ ବିରି ଖାଇବା ସହ ଫସଲ ଉଜାଡି ଦେଉଛନ୍ତି । ମାଙ୍କଡ଼ମାନଙ୍କ ଉପଦ୍ରବରେ ଚାଷୀମାନେ ଅତିଷ୍ଠ ହୋଇପଡିଥିଲେ ସୁଦ୍ଧା କୌଣସି ପ୍ରତିକାର ବ୍ଯବସ୍ଥା କରି ନ ପାରି କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି । ଯଦି କୌଣସି ଚାଷୀ ନିଜ ବିଲରୁ ମାଙ୍କଡ଼ ପଲକୁ ଘଉଡାଇବାରେ ସକ୍ଷମ ହେଉଛନ୍ତି ତେବେ ମାଙ୍କଡ଼ ପଲ ଅନ୍ଯ ଚାଷୀଙ୍କ ବିଲରେ ପଶି ପୁଣି ସେହି ହରକତ କରୁଛନ୍ତି । ଏନେଇ ବନ ବିଭାଗକୁ ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳୁନି । କ’ଣ କଲେ ମାଙ୍କଡ଼ମାନଙ୍କ ଉପଦ୍ରବରୁ ନିସ୍ତାର ମିଳିବ ସେଇ ଚିନ୍ତାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅନ୍ୟପକ୍ଷରେ ସହରାଞ୍ଚଳରେ ମଧ୍ୟ ମାଙ୍କଡ଼ଙ୍କ ଉପଦ୍ରବ କୌଣସି ଗୁଣରେ କମ୍ ନୁହେଁ । ସହରର ବିଭିନ୍ନ ସାହିରେ ମାଙ୍କଡ଼ମାନେ ନିର୍ଭୟରେ ଖୋଲାଥିବା ଘରେ ପଶି ଖାଦ୍ୟ ସାମଗ୍ରୀ ନେଇଯାଉଥିଲେ ହେଁ ଲୋକେ ଭୟରେ କିଛି କରିପାରୁ ନାହାନ୍ତି । ଅନ୍ୟପକ୍ଷରେ ବଜାର ମଧ୍ଯରେ ଦୋକାନଗୁଡ଼ିକରେ ବିକ୍ରି ପାଇଁ ଝୁଲା ଯାଇଥିବା ଖାଇବା ଜିନିଷକୁ ଝାମ୍ପି ନେବା ସହ ରାସ୍ତା କଡରେ ଥିବା ବାଇକ୍ ଗୁଡ଼ିକ ଉପରେ କୁଦା ମାରି ଓଲଟାଇ ଦେଇ ବହୁତ କ୍ଷତି କରୁଛନ୍ତି । ଏଥିସହ ଅନେକ ସମୟରେ ରାସ୍ତାର ଏପଟରୁ ସେପଟକୁ ଲମ୍ପମାରି ପାରିହେବା ବେଳେ ଯାନବାହାନର ସମ୍ମୁଖକୁ ଆସିଯିବା ଫଳରେ ଦୁର୍ଘଟଣାମାନ ଘଟୁଛି । ତେବେ ମାଙ୍କଡ଼ମାନଙ୍କ ବିତ୍ପାତରୁ କିଭଳି ତ୍ରାହି ମିଳିବ ସେନେଇ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

nis-ad
Leave A Reply

Your email address will not be published.