୧୯୭୧ରେ ଭାରତଠୁ ଯେପରି ହାରିଥିଲ ଆମଠୁ ସେପରି ହାରିବ : ପାକିସ୍ତାନକୁ ତାଲିବାନର ଧମକ…

କାବୁଲ : ପାକିସ୍ତାନ ଓ ତାଲିବାନ ମଧ୍ୟରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଲାଣି । ପାକିସ୍ତାନ ତାଲିବାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିବାବେଳେ ତାହାକୁ ପାଲଟା ଧମକ ଦେଇଛି ତାଲିବାନ । ଆଫଗାନିସ୍ତାନ ଉପରେ ଆକ୍ରମଣ କଲେ ୧୯୭୧ରେ ଯେପରି ଭାରତ ଆଗରେ ଆତ୍ମସମର୍ପଣ କରିଥିଲ , ସେପରି ଆତ୍ମସମର୍ପଣ କରିବ ବୋଲି ତାଲିବାନ ଚେତାଇ ଦେଇଛି ।
ନିକଟରେ ପାକିସ୍ତାନର ଜଣେ ମନ୍ତ୍ରୀ ରାଣା ସନାଉଲ୍ଲା ତାଲିବାନ ଉପରେ ସାମରିକ ଆକ୍ରମଣର ଧମକ ଦେଇଥିଲେ । ଏହାର ଜବାବ ଦେବାକୁ ଯାଇ କାତାରରେ ଥିବା ତାଲିବାନର ଜଣେ ବରିଷ୍ଠ ନେତା ଅହମ୍ମଦ ୟାସର ପାକିସ୍ତାନକୁ ୧୯୭୧ ଯୁଦ୍ଧ ବିଷୟରେ ମନେ ପକାଇ ଦେଇଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ ଯଦି ପାକିସ୍ତାନ ଆଫଗାନିସ୍ତାନ ଉପରେ ଆକ୍ରମଣ କରେ, ତେବେ ୧୯୭୧ ଯୁଦ୍ଧର ପୁନରାବୃତ୍ତି ହେବ। ସେ କହିଛନ୍ତି ଯେ ଆଉ ଏକ ଯୁଦ୍ଧନହାରିବା ପାଇଁ ପାକିସ୍ତାନ ସେନା ଆଫଗାନିସ୍ତାନଠାରୁ ଦୂରରେ ରହିବା ଉଚିତ୍ । ଏକ ଟ୍ବିଟ କରି ଏହି ଧମକ ଦେବା ସହ ୧୯୭୧ରେ ଭାରତ ଆଗରେ ପାକିସ୍ତାନର ଆତ୍ମସମର୍ପଣର ଫଟୋ ସେୟାର କରିଛନ୍ତି ।

ଏହି ଫଟୋରେ ପୂର୍ବ ପାକିସ୍ତାନ(ବର୍ତ୍ତମାନ ବାଂଲାଦେଶ)ରେ ପାକିସ୍ତାନ ସେନାର ତତକାଳୀନ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଅମୀର ଅବଦୁଲ୍ଲା ଖାନ ନିଆଜି ଢାକାରେ ଭାରତୀୟ ସେନା ଆଗରେ “ଆତ୍ମସମର୍ପଣ” ପତ୍ରରେ ସ୍ୱାକ୍ଷର କରୁଥିବା ଦେଖାଯାଇଛି । ଏହି ଫଟୋ ଡିସେମ୍ବର ୧୬, ୧୯୭୧ ରେ କ୍ଲିକ୍ କରାଯାଇଥିଲା । ଏହି ଦିନକୁ ଭାରତରେ ବିଜୟ ଦିବସ ଭାବରେ ପାଳନ କରାଯାଏ ।

nis-ad
Leave A Reply

Your email address will not be published.