ଅଞ୍ଜଳି ମୃତ୍ୟୁ ଘଟଣା: ପରିବାରକୁ ୧୦ଲକ୍ଷ କ୍ଷତିପୂରଣ ଦେବେ କେଜ୍ରିୱାଲ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ଦିନ ଘଟିଥିଲା ଏକ ହୃଦୟ ବିଦାରକ ଘଟଣା। ଏକ କାରରେ ଥିବା ୫ଜଣ ଯୁବକ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୪ କିଲୋମିଟର ଘୋଷାଡି ନେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଶୋକସନ୍ତପ୍ତ ପରିବାରକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୧୦ଲକ୍ଷ କ୍ଷତିପୂରଣ ଦେବେ ବ‌ୋଲି ଘୋଷଣା କରିଛନ୍ତି। ଏହି ଘୋଷଣା ସହ ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ମା’ଙ୍କ ସହ କଥା ହୋଇ ତାଙ୍କ ମୃତ ଝିଅକୁ ନ୍ୟାୟ ପ୍ରଦାନ କରିବେ ବୋଲି କଥା ଦେଇଛନ୍ତି।

“ପୀଡିତାଙ୍କ ମା’ଙ୍କ ସହିତ କଥା ହେଲି। ଝିଅକୁ ନ୍ୟାୟ ଦେବୁ। ଏହି ମାମଲା ଲଢ଼ିବା ପାଇଁ ବଡ ଓକିଲଙ୍କୁ ଆଣିବୁ। ତାଙ୍କ ମା’ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ଆମେ କରିବୁ। ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ସରକାର ପୀଡିତାଙ୍କ ପରିବାର ସହ ଅଛନ୍ତି। ଭବିଷ୍ୟତରେ ଯଦି କୌଣସି ଆବଶ୍ୟକତା ପଡେ, ତେବେ ଆମେ ମଧ୍ୟ ତାହା ପୂରଣ କରିବୁ” ବୋଲି ଅରବିନ୍ଦ କେଜ୍ରିୱାଲ ଟ୍ବିଟ କରି ଜଣାଇଛନ୍ତି।
ତେବେ ଏହି ଘଟଣାକୁ ୩ଦିନ ବିତିଥିବା ବେଳେ ଏହାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି। ପ୍ରାଥ‌ମିକ ବ୍ୟବଚ୍ଛେଦ ରିପୋର୍ଟରୁ ଅଞ୍ଜଳିଙ୍କ ସହ ଦୁଷ୍କର୍ମ ହୋଇନଥିବା ସାମ୍ନାକୁ ଆସିଥିବା ବେଳେ ଘଟଣା ଘଟିବା ଦିନ କାର ତଳେ କିିଛି ଲାଖିଥିବା ଡ୍ରାଇଭର ଜାଣିପାରିଥିଲେ ବୋଲି କହିଛନ୍ତି।

୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ପଚରାଉଚରା ଆରମ୍ଭ କରିଛି। ଏହି ସମୟରେ ଗାଡି ଚଳାଉଥିବା ଅଭିଯୁକ୍ତ କହିଛନ୍ତି ଯେ, ଘଟଣା ଘଟିବା ସମୟରେ ଆମେ ନିଶାଗ୍ରସ୍ତ ଥିଲୁ। ଅଞ୍ଜଳିଙ୍କ ସ୍କୁଟି ସହ କାର୍ ଧକ୍କା ହେବାରୁ ଧରାପଡ଼ିବା ଡର‌ରେ ଆମେ ଘଟଣାସ୍ଥଳରେ ନଅଟକି ସେଠାରୁ ଚାଲିଆସିଥିଲୁ। କିଛି ବାଟ ଆସିବା ପରେ ମୋତେ ଗାଡି ତଳେ କିଛି ଲାଗିଥିବା ଭଳି ଅନୁଭବ ହୋଇଥିଲା। ଏ ବିଷୟରେ ମୁଁ କାରରେ ଥିବା ଅନ୍ୟ ୪ଜଣଙ୍କୁ କହିଥିଲେ ବି ସେମାନେ ନଅଟକି ଗାଡ଼ି ଚଳାଇବାକୁ କହିଥିଲେ। ଅଞ୍ଜଳି ଏଭଳି ଗାଡ଼ି ତଳେ ଲାଖି ଯାଇଥିବା ବିଷୟରେ ଆମକୁ ଜଣାନଥିଲା।

nis-ad
Leave A Reply

Your email address will not be published.