ପୌରାଧ୍ୟକ୍ଷଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବିଜେପି ତରଫରୁ ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ…

ନବରଙ୍ଗପୁର : ନବରଙ୍ଗପୁର ପୌରାଧ୍ୟକ୍ଷ ଶ୍ରୀ କୁନୁ ନାୟକଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ, ନବରଙ୍ଗପୁର ଜିଲ୍ଲା ବିଜେପି ତରଫରୁ ପ୍ରତିବାଦ ସ୍ବରୂପ ୨୬ନଂ ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରୁଥିବା ବେଳେ୨୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀଙ୍କ ସହ ପୌରପାଳଙ୍କୁ ଉଠାଇ ନେଇଛି ପୋଲିସ | ଆଜି ପ୍ରଥମେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଫାଟକ ରେ ତାଲା ଦେଇ ଧାରଣା ରେ ବସିଥିଲେ ନଗରପାଳ ଏବଂ ବିଜେପି କର୍ମକର୍ତା ଏହାକୁ ସମର୍ଥନ ଜଣେଇ ଧାରଣା ସ୍ଥଳରେ ପହଞ୍ଚିଥିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ | ନବରଙ୍ଗପୁର ରେ ନୂଆ ବର୍ଷ ଆରମ୍ଭ ରୁ ନୂଆ ବିବାଦ,ନବରଙ୍ଗପୁର ନଗରପାଳଙ୍କୁ ପ୍ରଶାସନିକ ଅଧିକାରୀ ଙ୍କ ଦୁର୍ବ୍ୟବହାର ଅଭିଯୋଗ ନେଇ ଆଜି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସାମ୍ନା ରେ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ ବିଜେପି କର୍ମକର୍ତା |

ରାସ୍ତା ଅବରୋଧ ଫଳରେ କିଛି ସମୟ ପାଇଁ ନବରଙ୍ଗପୁର ଠାରୁ କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲା କୁ ଜାତାୟତ ବାଧାପ୍ରାପ୍ତ ହେଇଥିଲା ,ପରେ ପୋଲିସ ବଳ ପୂର୍ବକ ୨୦ରୁ ଉର୍ଦ୍ଧ୍ବ ବିଜେପି କର୍ମକର୍ତା ଙ୍କୁ ଉଠେଇ ନେଇଛି, ସୂଚନା ଅନୁସାରେ ଗତକାଲି ଜିଲ୍ଲା ରେ ପହଞ୍ଚିଥିଲା ହକି ର ବିଶ୍ୱକପ ଟ୍ରଫି। ଏହାକୁ ସ୍ୱାଗତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଥିଲା ,ଏହି ସ୍ୱାଗତ ସମାରୋହ ରେ ଅତିଥି ରୂପେ ଯୋଗ ଦେଇଥିଲେ ନବରଙ୍ଗପୁର ପୌରପାଳିକା ର ନଗରପାଳ କୁନୁ ନାୟକ , ନଗରପାଳ ଚୌକି ରେ ବସିଥିବା ବେଳେ ଡିଆରଡିଏ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଅନ୍ୟା ଦାସ ହଠାତ ଆସି ଆପଣ କିଏ ଏଠି କାହିଁକି ବସିଛନ୍ତି କହି ଅପମାନିତ କରିଥିବା ଅଭିଯୋଗ କରିଛନ୍ତି ନଗରପାଳ , ଏ ଖବର ପ୍ରଚାରିତ ହେବା ପରେ ବିଜେପି ର କାଉନସିଲର ମାନେ ଏବଂ ବିଜେପି କର୍ମକର୍ତା , କାର୍ଯ୍ୟ ନିର୍ବାହୀ ଅଧିକାରୀ,ନଗରପାଳ ଙ୍କୁ କ୍ଷମା ପ୍ରାର୍ଥନା ନ କରିବା ଯାଏଁ ଧାରଣା ଜାରି ରହିବ ବୋଲି ଜିଦ ଧରି ଗତକାଲି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ସମ୍ମୁଖରେ ବହୁ ସମୟ ଧରି ଧାରଣା ରେ ବସିଥିଲେ ପରେ ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ ଏବଂ DSP ପହଂଚି ବୁଝାସୁଝା କରିବା ପରେ ଧାରଣା ରୁ ଉଠିଥିଲେ ନଗରପାଳ। କିନ୍ତୁ 24 ଘଣ୍ଟା ଭିତରେ ଯଦି କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ଡିଆରଡିଏ କାର୍ଯ୍ୟାଳୟ ଏବଂ ମୁନିସିପାଳିଟି ରେ ତାଲା ଦେବା ସହ ସଫେଇ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ପୌରପାଳିକା ର ସମସ୍ତ କାମ ବନ୍ଦ ରହିବ ବୋଲି ଚେତାବନୀ ଦେଇଥିଲେ,ତେବେ ସମୟ ସିତା ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମା ମାଗି ନଥିବାରୁ ଆଜି ପୁଣି ନଗରପାଳ ଏବଂ ବିଜେପି କର୍ମକର୍ତ୍ତା, ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର କର୍ମଚାରୀ ଙ୍କୁ କାର୍ଯ୍ୟାଳୟ ରୁ ବାହାର କରି ଗେଟ ରେ ତାଲା ପକେଇ ଧାରଣା ଦେଇଥିଲେ ପରେ ବିଜେପି କର୍ମୀ ମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ , ଅଧକାରୀ ଜଣକ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଏ ବିରୋଧ ଜାରି ରହିବ ବୋଲି ଜଣାଯାଏ। ଆଗାମୀ ଦିନରେ ସହର ବନ୍ଦ ର ଡାକରା ଦେବ ବୋଲି ବିଜେପି ସୂତ୍ରରୁ ପ୍ରକାଶ। ଆଜିର ଏହି କାର୍ଯ୍ୟକ୍ରମ ରେ ବିଧାୟକ ଉମରକୋଟ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ବିଷୋୟୀ, ପୌରପାଳ ଶ୍ରୀ କୁନୁ ନାୟକ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀଶଙ୍କର ମାଝୀ, ଶ୍ରୀ କାଜାମ ମାଦାନୀ,ଶ୍ରୀ କାହ୍ନୁ ଦାସ, ଶ୍ରୀ ପିଣ୍ଟୁ ମିଶ୍ର, ଶ୍ରୀ ନିଲୁ ମିଶ୍ର, ଶ୍ରୀ ଶୁଭମ ଚୌଧୁରୀ, ଶ୍ରୀ ଭିକି ଜେନା, ଶ୍ରୀ ବିନୁ ସୁନା,ଦୟାଶିନ୍ଧୁ ଭତ୍ରା, ମନକୁ ରାମ ମାଝୀ,ଶ୍ରୀ ମତୀ ସର୍ମିଷ୍ଟା ଦେଓ,ମିନତୀ ପଟ୍ଟନାୟକ,ମମତା ମହାରଣା, ସୁକାନ୍ତି ବେହେରା ଓ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.